ମୋଦି ସରକାରଙ୍କ ୨.୦ ଯୋଜନାର ୧୦୦ ଦିନ ପୂର୍ତ୍ତୀ ! ସରକାରଙ୍କ ଏହି ଯୋଜନା ବଦଳାଇଦେବ କୃଷକଙ୍କ ଜୀବନ , ଅଭାବ କାରଣରୁ ଆତ୍ମହତ୍ୟା କରିବ ନାହିଁ ଚାଷୀ ।

356

ମୋଦି ସରକାରଙ୍କ ଦ୍ୱାରା କରାଯାଇଥିବା ୨.୦ ଯୋଜନାର ୧୦୦ ଦିନ ସଂପୂର୍ଣ୍ଣ ହୋଇଯାଇଛି । ସରକାର ୨୦୨୨ ପର୍ଯ୍ୟନ୍ତ ଚାଷୀଙ୍କ ଆୟକୁ ଦୁଇଗୁଣା କରିବାର ଲକ୍ଷ୍ୟ ରଖିଛନ୍ତି । ତେଣୁ ଦ୍ୱିତୀୟ କାର୍ଯ୍ୟକାଳର ୧୦୦ ଦିନରେ ସରକାରଙ୍କ ସମ୍ପୁର୍ଣ୍ଣ ଧ୍ୟାନ କୃଷକଙ୍କ ଉପରେ ରହିଛି । ଉଭୟ କୃଷି ଏବଂ କୃଷକଙ୍କୁ ଆଗକୁ ବଢାଇବା ପାଇଁ ମୋଦି ସରକାର ଏଥିପାଇଁ କାମ କରୁଛନ୍ତି । କ୍ୟାବିନେଟର ପ୍ରଥମ ବୈଠକରେ କୋଟି କୋଟି କୃଷକଙ୍କ ପେନସନ୍ ର କଭରେଜ୍ ଦେବାକୁ ନିଷ୍ପତ୍ତି ହୋଇଥିଲା । ୧୦୦ ଦିନ ଭିତରେ ଏହାକୁ ଲାଗୁ ମଧ୍ୟ କରାଗଲା । ଅନ୍ୟପଟେ ପ୍ରଧାନମନ୍ତ୍ରୀ-କୃଷକ ନିଧି ସ୍କିମ୍ କୃଷକଙ୍କ ପାଇଁ ଖୋଲି ଦିଆଯାଇଛି । ଏହି ଯୋଜନାକୁ ସଫଳ କରିବା ପାଇଁ ସରକାର ଦିନରାତି କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ୧୦୦ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ହାଇ ପାୱାର୍ କମିଟି ଗଠନ କରି କୃଷି କ୍ଷେତ୍ରରେ ବ୍ୟାପକ ସୁଧାର ଏବଂ କୃଷକଙ୍କ ଆମଦାନୀ ବଢାଇବା ପାଇଁ କାମ କରିବ । ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀଙ୍କ କମିଟି ୨ ମାସ ଧରି ରିପୋର୍ଟ ଦାଖଲ କରିବ ।

କିଷାନ୍ ପେନସନ୍ ଯୋଜନା : ପ୍ରଧାନମନ୍ତ୍ରୀଙ୍କ କିଷାନ୍ ପେନସନ୍ ଯୋଜନାରେ ତିନିବର୍ଷ ଭିତରେ ଛୋଟ ଏବଂ ମଧ୍ୟବିତ୍ତ ସୀମାରେ ଥିବା କୃଷକ ଲାଭବାନ୍ ହେବେ । ସରକାର ଏହି ତିନି ବର୍ଷ ଭିତରେ ୧୦୭୭୪.୫୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହା ଅନୁସାରେ ୬୦ ବର୍ଷ ଭିତରେ ୩୦୦୦ ଟଙ୍କା ପେନସନ୍ ଦେବାର ପ୍ରାବଧାନ ରହିଛି ।

କିଷାନ୍ ସମ୍ମାନ ନିଧିର ବିସ୍ତାର : ବିଜେପି ଲୋକସଭା ନିର୍ବାଚନରେ କିଷାନ୍ ସମ୍ମାନ ନିଧିର ବିସ୍ତାର କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଯେଉଁଥିରେ ପ୍ରଥମେ ୧୨ କୋଟି ଲଘୁ ଏବଂ ସୀମାନ୍ତ କୃଷକଙ୍କ ଉନ୍ନତି କରାଯିବ । ଯେଉଁଥିରେ କୃଷକଙ୍କୁ ବାର୍ଷିକ ୬-୬ ହଜାର ଟଙ୍କା ଦିଆଯିବା କଥା କୁହାଯାଇଛି । ୨୦୧୯-୨୦ ରେ କେନ୍ଦ୍ର ସରକାର ଏହି ସ୍କିମ୍ ରେ ୮୭,୨୧୭.୫୦ କୋଟି ଖର୍ଚ୍ଚ କରିବେ ।