ଆଜିର ସମୟରେ ଛୋଟ ପିଲାମାନଙ୍କ ପାଇଁ ଖାଦ୍ୟ କହିଲେ ନୁଡଲ୍ସ ଏବଂ ଚିପ୍ସକୁ ବୁଝାଉଛି । ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣି ସୁଦ୍ଧା ଅଭିଭାବକ ପିଲାଟି କାନ୍ଦିଲେ ତା ହାତରେ ଚିପ୍ସ ପ୍ୟାକେଟ୍ ଟିଏ ଧରାଇ ଦିଅନ୍ତିି । କିନ୍ତୁ ଏହା ଯେ ଜୀବନ ପାଇଁ ବିପଦ ତାହା ଜାଣିଲା ବେଳକୁ ନେଡି ଗୋଡ କହୁଣୀକୁ ବଢିଯାଏ । ସମାନ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ଏଠାରେ ବର୍ଷକର ଝିଅ ସୂଚିତ୍ରାର ଚିପ୍ସ ପ୍ୟାକେଟରେ ଆସୁଥିବା ଖେଳନାକୁ ଢୋକିଦେବାରୁ ଦୁର୍ଭାଗ୍ୟବଶତଃ ମୃତ୍ୟୁ ଘଟିଛି । ସୋମବାର କେନ୍ଦୁଝର ଜିଲ୍ଲାର ନନ୍ଦିପଦା ଥାନା ଅନ୍ତର୍ଗତ କୋଲିପାଡି ଗାଁରେ ଘଟିଛି ଏହି ଦୁଃଖଦ ଘଟଣା ।
ବାପା ମା’ଙ୍କ ଅଜାଣତରେ ବିଦ୍ୟାଧର ଜେନାଙ୍କ ଝିଅ ସୂଚିତ୍ରା ଚିପ୍ସ ଖାଉଥିବା ସମୟରେ ପ୍ୟାକେଟରେ ଆସୁଥିବା ଖେଳନାକୁ ଢୋକି ଦେଇଥିଲା ଏବଂ ଖେଳନାଟି ଝିଅର ତଣ୍ଟିରେ ରହିଯାଇଥିଲା । ତଣ୍ଟିରେ ଖେଳନା ଅଟକିଯିବା କାରଣରୁ ଝିଅଟି ନିଶ୍ୱାସପ୍ରଶ୍ୱାସ ନେଇପାରିନଥିଲା ଏବଂ ତତକ୍ଷଣାତ୍ ପରିବାର ଲୋକ ସୂଚିତ୍ରାକୁ ଆନନ୍ଦପୁର ସବ୍-ଡିଭିଜନାଲ୍ ହସ୍ପିଟାଲ୍ ନେଇଯାଇଥିଲେ । ତେବେ ଡାକ୍ତରଖାନାରେ ଡାକ୍ତର ଝିଅଟିକୁ ମୃତ ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/DOLL.jpg)
/kanak/media/post_attachments/wp-content/uploads/2019/06/120924_junk_food_ap_328-300x163.jpg)