ଇତିହାସରେ ଜୁନ୍ ୧ : ଗଗନପବନ ପ୍ରକମ୍ପିତ ହୋଇଥିଲା “ସ୍ୱରାଜ ଆମର ଜନ୍ମସିଦ୍ଧ ଅଧିକାର”ର ନାରାରେ ।

86

ଇତିହାସ ଆମକୁ ଶିଖାଇଥାଏ ବିତିଯାଇଥିବା ଦିନରେ କେଉଁ କେଉଁ ଭଲ କାମ ଘଟିଛି ଏବଂ କେଉଁ କାମ ଖରାପ ଘଟିଛି । ଏଥିରୁ ହିଁ ଆମେ ଭଲ କାମକୁ ଆଦରି ଖରାପଠାରୁ ବିଭିନ୍ନ ଶିକ୍ଷା ଶିଖିଥାଉ । ତେବେ ସ୍ୱାଧୀନତା ଦିବସ ଅବସରରେ ମଧ୍ୟ ଏଭଳି ବହୁତ କଥା ଜାଣିବାର ଅଛି ଯାହା ଆମକୁ ଇତିହାସର ପ୍ରତ୍ୟେକଟି ପଦକ୍ଷେପ ଉପରେ ଧ୍ୟାନ କେନ୍ଦ୍ରିତ କରିବ । ତେବେ ଆସନ୍ତୁ ଏଭଳି ଏକ ଦିବସ ଜୁନ୍ ୧ ତାରିଖ ବିଷୟରେ ଇତିହାସରେ କଣ ଘଟିଥିଲା ଜାଣିବା ।

କୋଲ୍ଡ ହାର୍ବରଙ୍କ ଐତିହାସିକ ଲଢେଇ : ଇତିହାସରେ ୧୮୭୪ ମସିହା ଜୁନ୍ ୧ ତାରିଖ ଦିନ ଏକ ସଂସଦୀୟ ଆକ୍ଟ ପ୍ରେରିତ କରାଯାଇ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଥିଲା । ଏହାପରେ ଭାରତରେ ଅଧିକାର ସ୍ୱରୂପ ବ୍ରିଟିଶ୍ ରାଜ୍ୟର ସୁତ୍ରପାତ ଆରମ୍ଭ ହୋଇଯାଇଥିଲା । ଇଷ୍ଟ ଇଣ୍ଡିଆ କମ୍ପାନୀର ସ୍ଥାପନା ସତର ଶତାବ୍ଦୀରେ ଆରମ୍ଭ ହୋଇଥିଲା । ଏହାର ଲକ୍ଷ୍ୟ ପୂର୍ବରେ ଅବସ୍ଥିତ ଦେଶମାନଙ୍କ ସହ ବ୍ୟାପାର କରି ଲାଭବାନ ହେବା ଥିଲା । ଏହି କମ୍ପାନୀରେ ବ୍ରିଟେନର ଧନୀ ବ୍ୟବସାୟୀ ଏବଂ ରାଜଦରବାରର ସାମନ୍ତ ସାମିଲ୍ ଥିଲେ । ତେବେ ଏହି କମ୍ପାନୀର ବ୍ୟବସାୟ ଏସିଆ ଏବଂ ଆଫ୍ରିକାର କେତୋଟି ଦେଶକୁ ଗୁଲାମ୍ କରି ରଖିଥିଲା । ଭାରତ ମଧ୍ୟ ଏହି ଦେଶ ମାନଙ୍କ ଭିତରୁ ଗୋଟିଏ ଥିଲା ।

ଭାରତରେ କମ୍ପାନୀର ପ୍ରାଧାନ୍ୟ ବଢିବା ପରେ ଏହାର ପ୍ରଭାବ ଭାରତୀୟ ଚାଷୀ ଏବଂ ବ୍ୟବସାୟୀଙ୍କ ଉପରେ ପଡିଥିଲା । ଏମିତିକି କମ୍ପାନୀରେ କାମ କରୁଥିବା ସୈନ୍ୟମାନେ ମଧ୍ୟ ଏଥିରେ ଅସନ୍ତୁଷ୍ଟ ଥିଲେ । ଏମିତିରେ ୧୮୫୭ ମସିହାରେ କମ୍ପାନୀ ବିରୋଧରେ ବିଦ୍ରୋହ ହୋଇଯାଏ । ଶେଷରେ ୧୮୭୪ ମସିହା ଜୁନ୍ ୧ ତାରିଖରେ କମ୍ପାନୀକୁ ବନ୍ଦ କରିଦିଆଗଲା ।

୧୯୧୬ ମସିହା ଜୁନ୍ ୧ ତାରିଖରେ ଅହମ୍ମଦନଗରରେ ସ୍ୱାଧିନତା ସଂଗ୍ରାମୀ ବାଲ୍ ଗଙ୍ଗାଧର ତିଲକ୍ ଏକ ନାରା ଦେଇଥିଲେ । ଯାହା ଦେଖୁ ଦେଖୁ ସମ୍ପୁର୍ଣ୍ଣ ଭାରତରେ ଖେଳି ଯାଇଥିଲା । ସେ କହିଥିଲେ, “ସ୍ୱରାଜ ମୋ ଜନ୍ମସିଦ୍ଧ ଅଧିକାର ଅଟେ,ଆଉ ମୁଁ ମୋ ଅଧିକାରକୁ ନେଇ ରହିବି ।” ବାଲ୍ ଗଙ୍ଗାଧର ତିଲକ୍ ସେତେବେଳେ କଂଗ୍ରେସ ଗରମପନ୍ଥୀ ଦଳର ପ୍ରମୁଖ ନେତା ଥିଲେ । ଏହି ନାରା ପରେ ଗୋରା ସରକାର ତାଙ୍କ ଉପରେ ଦେଶଦ୍ରୋହର ଅଭିଯୋଗ ଲଗାଇ ଦେଇଥିଲେ ।

କିନ୍ତୁ ବାଲ୍ ଗଙ୍ଗାଧର ତିଲକ୍ ସେତେବେଳେ ନିଡର ହୋଇ ହସିହସି ଇଂରେଜ ସରକାରଙ୍କ ଜୁଲମର ମୁକାବିଲା କରିଥିଲେ । ସେତେବେଳେ ତାଙ୍କ କେସ୍ ପ୍ରତିଷ୍ଠିତ ଓକିଲ ମହମ୍ମଦ ଅଲ୍ଲି ଜିନା ଲଢୁଥିଲେ । ଜିନା କେବଳ ବଡ ରାଷ୍ଟ୍ରବାଦୀ ନ ଥିଲେ,ସେ ଉଚ୍ଚ ପ୍ରଗତିଶାଳୀ ବିଚାରଧାରାର ସଂବାହକ ମଧ୍ୟ ଥିଲେ ଏବଂ କଂଗ୍ରେସର ନରମପନ୍ଥୀ ଦଳରେ ସାମିଲ୍ ଥିଲେ । ଇଂରେଜ ସରକାର ତିଲକଙ୍କୁ କେବେ ବି ଛାଡିବାକୁ ଚାହୁଁନଥିଲେ କିନ୍ତୁ ଜିନାଙ୍କ ଯୁକ୍ତିରେ ଅସହାୟ ହୋଇ ଗୋରା ସରକାରଙ୍କୁ ତିଲକଙ୍କୁ ମୁକ୍ତ କରିବାକୁ ବାଧ୍ୟ ହେଲେ ।