ଗର୍ଭାବସ୍ଥାର ପ୍ରଥମ ୩ରୁ ୮ ସପ୍ତାହରେ ଯଦି ଗର୍ଭବତୀ ମହିଳାଙ୍କୁ ଜ୍ୱର ହୋଇଯାଏ , ଏହା ଦ୍ୱାରା ଶିଶୁକୁ ହୃଦୟ ଓ ଚେହେରାରେ ବିକାର ସମସ୍ୟା ହୋଇପାରେ । ଅନୁସନ୍ଧାନକର୍ତ୍ତା ଅନେକ ଦଶକରୁ ଏହା ଜାଣିଥିଲେ କି ପ୍ରଥମ ୩ମାସରେ ଜ୍ୱର କାରଣରୁ ଶିଶୁକୁ ହୃଦୟ ବିକାର ଓଠ ତଥା ତାଳୁ କଟିବା ଭଳି ସମସ୍ୟା ବଢିଯାଏ । ଏହି ବିଷୟ ଉପରେ ପ୍ରଥମେ ମଧ୍ୟ ଚର୍ଚ୍ଚା ହୋଇଛି କି କିଛି ଭାଇରସ୍ ବା ସଂକ୍ରାମକ କାରଣରୁ ଏହି ବିକାର ଜନ୍ମ ହୋଇଥାଏ ଅଥବା କେବଳ ଜ୍ୱର କାରଣରୁ ଏହି ସମସ୍ୟା ଜନ୍ମ ନେଇଥାଏ ।
ବୈଜ୍ଞାନିକମାନଙ୍କୁ ଏବେ ଏହି କଥାର ପ୍ରମାଣ ମିଳିଛି । ପ୍ରଥମେ ୩ରୁ ୮ ସପ୍ତାହ ଭିତରେ ଗର୍ଭାବତୀ ସ୍ତ୍ରୀକୁ ଜ୍ୱର କାରଣରୁ ଜନ୍ମନେଉଥିିବା ପିଲାଠାରେ ହୃଦୟ ବିକାଶ ପ୍ରଭାବିତ ହୁଏ । ସାଇନ୍ସ ସିଗନାଲିଂ ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନ ଅନୁସାରେ ପ୍ରଥମ ୩ମାସରେ ଏସିଟାମିନୋଫେନ୍ ର ଉଚିତ୍ ବ୍ୟବହାର ଦ୍ୱାରା ମା’କୁ ଜ୍ୱର ହେବାରୁ ରୋକା ଯାଇପାରେ । ଏହାଦ୍ୱାରା ଜନ୍ମଦାତା ଦୋଷକୁ କିଛି ନିର୍ଦ୍ଦିଷ୍ଟ ସମୟ ଯାଏ ରୋକାଯାଇପାରିବ ।
ଆମେରିକାର ଡ୍ୟୁକ୍ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଏରିକ୍ ବେନ୍ନର କହିଛନ୍ତି, ଯେଉଁଠାରେ ଡାକ୍ତର ଗର୍ଭାବସ୍ଥାରେ ମହିଳାଙ୍କୁ ଯେକୈାଣସି ପ୍ରକାରର ଔଷଧ ଖାଇବାକୁ ମନାକରିଥାନ୍ତି , ସେଠାରେ ଜ୍ୱର କମ୍ କରିବା ପାଇଁ ଏସିଟାମିନୋଫେନର ବ୍ୟବହାରରୁ ଲାଭ ହୋଇପାରେ କହିପାରିବେ । ମହିଳାଙ୍କୁ ନିଜର ଡାକ୍ତରଙ୍କ ସହ ସବୁ ସମସ୍ୟା ଓ ଅବସ୍ଥା ବିଷୟରେ ଆଲୋଚନା କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/07/Signs-That-The-Baby-In-Womb-Has-Stopped-Growing-1-300x225.jpg)
/kanak/media/post_attachments/wp-content/uploads/2018/07/XX-170622-pregnant-belly.jpg.CROP_.promo-xlarge2-300x214.jpg)