କନକ ବ୍ୟୁରୋ: ଅର୍ନ୍ତଜାତୀୟ ପାର୍ଲାମେଣ୍ଟାରୀ ୟୁନିୟନ ଆଇପିୟୁରେ ବିଜୟୀ ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ। କାର୍ଯ୍ୟକାରୀ କମିଟିର ସଦସ୍ୟ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି। ୧୮ ଭୋଟରୁ ୧୨ଟି ଭୋଟ ପାଇଁ ସେ ବିଜୟୀ ହୋଇଥିବା ଲୋକସଭା ବାଚସ୍ପତି ଓମ ବିର୍ଲା ଟ୍ୱିଟ କରି ସୂଚନା ଦେଇଛନ୍ତି । ଦୁଇ ଦଶନ୍ଧି ପରେ ଭାରତ ପୁଣିଥରେ ଏହି ପଦବୀରେ ସ୍ଥାନ ପାଇଛି ।

Advertisment