ମା’ରାଣ ନ ପକାଇଲେ ଆଉଥରେ ଖାଦ୍ୟ ଅର୍ଡର କରିବିନି, ଜାଣନ୍ତୁ ଜୋମାଟୋ କଷ୍ଟମର କେୟାରଙ୍କୁ କାହିଁକି ଏଭଳି ମେସେଜ କଲେ ଗ୍ରାହକ ।

581

ଏବେ ଯୁବଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ସବୁ ବୟସର ଲୋକ ଅନଲାଇନରେ ଖାଦ୍ୟ ଅର୍ଡର କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଅନଲାଇନ୍ ଖାଦ୍ୟ ଅର୍ଡର କରିବା ସମୟରେ ଅନେକ ପ୍ରକାରର ସମସ୍ୟା ଉପୁଜିଥାଏ । କେତେ ବେଳେ ଖାଇବା ଠିକ୍ ସମୟରେ ପହଞ୍ଚେ ନାହିଁ ତ କେତେବେଳେ ଖାଇବା ଅର୍ଡର ଆପେ ଆପେ ରଦ୍ଦ ହୋଇ ଯାଇଥାଏ । ବେଳେ ବେଳେ ଖାଇବାରେ ଅପମିଶ୍ରଣ କରାଯାଇଥିବା ମଧ୍ୟ ଦେଖା ଯାଇଥାଏ । ଏତେ ସବୁ ସମସ୍ୟା ପରେ ମଧ୍ୟ ସମୟରେ ଅଭାବରୁ ଲୋକମାନେ ଅନଲାଇନ୍ ଖାଇବା ଅର୍ଡର କରିଥାନ୍ତି । କିନ୍ତୁ ଅର୍ଡର ରଦ୍ଦ ହେବା ଜଣେ ଯୁବକ ଟଙ୍କା ଫେରି ପାଇବା ପାଇଁ ଯାହା କରିଛନ୍ତି ତାହାର ସ୍କ୍ରିନସଟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ସୂଚନା ମୁତାବକ, ଜଣେ ଯୁବକ ଖାଇବା ଅର୍ଡର କରିଥିବା ବେଳେ ତାଙ୍କ ଅର୍ଡର ରଦ୍ଦ ହୋଇ ଯାଇଥିଲା । ଯାହା ପରେ ସେ ଜୋମାଟୋ କଷ୍ଟମର କେୟାରକୁ ନିଜର ସମସ୍ୟା ଜଣାଇଥିଲେ । ଯୁବକଙ୍କ ସମସ୍ୟା ଶୁଣିବା ପରେ ଜୋମାଟୋ କଷ୍ଟମର କେୟାର ତରଫରୁ ଆଉ ଥରେ ଅର୍ଡର କରିବା ପାଇଁ କୁହାଯାଇଥିଲା । ଏହା ଶୁଣି ମୁଁ ମୋର ପ୍ରଥମ ଅର୍ଡରର ଟଙ୍କା ଫେରି ପାଇବି ତ ବୋଲି ଯୁବକ ଜୋମାଟୋ କଷ୍ଟମର କେୟାରକୁ ପଚାରିଥିଲେ । ଯୁବକଙ୍କ ପ୍ରଶ୍ନ ଶୁଣି ୪-୫ଦିନ ମଧ୍ୟରେ ଆପଣଙ୍କୁ ଟଙ୍କା ଫେରାଇ ଦିଆଯିବ ବୋଲି ଜୋମାଟୋ କଷ୍ଟମର କେୟାର ତରଫରୁ କୁହାଯାଇଥିଲା । କିନ୍ତୁ ବିଶ୍ୱାସ ନ ହେବାରୁ ଯୁବକ ଜୋମାଟୋ କଷ୍ଟମର କେୟାରକୁ ମା’ ରାଣ ଖାଇବା ପାଇଁ କହିଥିଲେ । ପରେ ମା’ ରାଣ ଖାଇବା ପରେ ଯୁବକ ଧନ୍ୟବାଦ୍ ଜଣାଇବା ସହ ଟଙ୍କା ଆସିଗଲା ବୋଲି ଜୋମାଟୋ କଷ୍ଟମର କେୟାର ମେସେଜ କରି ଜଣାଇଥିଲେ । ଜୋମାଟୋ କଷ୍ଟମର କେୟାର ଏବଂ ଯୁବକଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।