ଚାଲିଗଲେ ବିଶ୍ୱର ସବୁଠାରୁ ବଡ଼ ପରିବାରର ମୁଖିଆ : ମିଜୋରାମର ଆଇଜୋଲରେ ଜିଓନା ଚାନାଙ୍କ ମୃତ୍ୟୁ; ଚାନାଙ୍କ ଅଛନ୍ତି ୩୮ ସ୍ତ୍ରୀ ଏବଂ ୮୯ ପିଲାଛୁଆ

599

କନକ ବ୍ୟୁରୋ : ଏକାଥରକେ ବିଧବା ହୋଇଗଲେ ୩୮ ସ୍ତ୍ରୀ । ବିଶ୍ୱର ସବୁଠାରୁ ବଡ ପରିବାରର ମୁଖ୍ୟ ଜିଓନା ଚାନାଙ୍କ ଆଜି ମିଜୋରମର ଆଇଜଲରେ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଜିଓନାଙ୍କ ୩୮ ସ୍ତ୍ରୀ ଓ ୮୯ ଜଣ ପୁଅଝିଅ ଅଛନ୍ତି । ମଧୁମେହ ଓ ଉଚ୍ଚ ରକ୍ତଚାପ ଯୋଗୁଁ ମିଜୋରମର ରାଜଧାନୀ ଆଇଜଲର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଏ ନେଇ ମିଜୋରମରେ ଜୋରାମଥାଙ୍ଗା ଟ୍ୱିଟ କରି ଶୋକପ୍ରକାଶ କରିଛନ୍ତି ।

ମିଜୋରମର ୱତୱାଙ୍ଗ ଗାଁରେ ରହୁଥିଲେ । ଏହି ଗାଁ ପର୍ଯ୍ୟଟକଙ୍କ ପାଇଁ ଏହି ଗାଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଜିଓନା ଚାନା ମାତ୍ର ୧୭ ବର୍ଷ ବୟସରେ ପ୍ରଥମ ସ୍ତ୍ରୀଙ୍କୁ ବାହା ହୋଇଥିଲେ, ଯିଏ ତାଙ୍କୁ ଠାରୁ ୩ ବର୍ଷ ବଡଥିଲେ । ତାଙ୍କର ଶେଷ ବାହାଘର ୨୦୦୪ ମସିହାରେ ହୋଇଥିଲା । ସେ ତାଙ୍କ ନିଜ ଗାଁରେ ଚାରି ମହଲା କୋଠା ନିର୍ମାଣ କରିଥିଲେ । ଏଠାରେ ତାଙ୍କର ସମସ୍ତ ସ୍ତ୍ରୀ ଓ ପରିବାରବର୍ଗ ରହୁଥିଲେ । ସ୍ତ୍ରୀ , ପୁଅଝିଅ ଓ ନାତିନାତୁଣୀଙ୍କୁ ମିଶାଇ ପରିବାରରେ ମୋଟ ୧୮୦ ସଦସ୍ୟ ଥିଲେ , ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।