୨ ଯାତ୍ରୀବାହୀ ବସ ମୁହାଁମୁହାଁ ଧକ୍କା : ଘଟଣା ସ୍ଥଳରେ ଚାଲିଗଲା ୪୭ ଜଣଙ୍କ ଜୀବନ, ଘଟଣାର ଚାଲିଛି ତଦନ୍ତ

ଜିମ୍ବାୱେର ହରାରି ଟାଉନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି

238

କନକ ବ୍ୟୁରୋ : ଜିମ୍ବାୱେର ହରାରି ଟାଉନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଟି ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟିଥିବା କୁହାଯାଉଛି। ଦୁର୍ଘଟଣାସ୍ଥଳରେ ୪୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ସଙ୍ଗେସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାସହ ମୃତକଙ୍କ ଅନ୍ତିମ ସଂସ୍କାରର ସହ ସେମାନଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ଜିମ୍ବାୱେର ଟ୍ରାଫିକ ଚଳାଚଳ ବ୍ୟବସ୍ଥା ବହୁତ ତ୍ରୁଟିପୂର୍ଣ୍ଣ । ଯାହାଫଳରେ ଏହି ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ କିଛି ନା କିଛି ଦୁର୍ଘଟଣା ଘଟିଥାଏ। ଫଳରେ ଅନେକ ଲୋକଙ୍କ ଏଥିରେ ମୃତ୍ୟୁ ହୋଇଥିବା ଖବର ମିଳିଛି।

 

ତେବେ ଏଭଳି ଦୁର୍ଘଟଣା ପ୍ରଥମ ନୁହେଁ ପୂର୍ବବର୍ଷ ଜୁନ ମାସରେ ବସ୍ ଦୁର୍ଘଟଣାରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣାର ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳକୁ ସାଧାରଣ ଲୋକମାନଙ୍କ ପ୍ରବଳ ମାତ୍ରାରେ ସୁଅ ଛୁଟି ଥିଲା । କେବଳ ଲୋକ ନୁହେଁ ଖବର ପାଇ ପୋଲିସ ପହଚିଂ ଆହତ ହୋଇଥିବା ଲୋକମାନଙ୍କୁ ମେଡିକାଲରେ ଭର୍ତି କରିବା ସହ ମୃତ ବ୍ୟକ୍ତିଙ୍କ ଶବ ଗୁଡିକୁ ବ୍ୟବଚ୍ଛେଦ କରିବା ପାଇଁ ମେଡିକାଲରେ ପହଞ୍ଚାଇଥିଲା । ଦୁର୍ଘଟଣା ହୋଇଥିବା ସ୍ଥାନରେ ଆତ୍ମୀୟ ସୋଜନଙ୍କର ପ୍ରବଳ ଗହଳି ଲାଗିଥିଲା । ଦୁର୍ଘଟଣାରେ କେଉଁ ମାନେ ଦାୟୀ ଓ କେଉଁ ପରିସ୍ଥିତିରେ ଏପରି ହେଲା ତାହାର ତଦନ୍ତ ହେଉଥିବା ସ୍ଥାନୀୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।