ଜୀ ସାର୍ଥକରେ ସନ୍ଧ୍ୟା ୬.୩୦ରେ ପ୍ରସାରିତ ‘ମୁଁ ବି ବଜୟିନୀରେ’ ଆସିଲା ନୂଆ ମୋଡ, ଦର୍ଶକଙ୍କୁ ଆହୁରି ଆକୃଷ୍ଟ କରିବ ବୋଲି ଜୀ ସାର୍ଥକର ଆଶା

148

କନକ ବ୍ୟୁରୋ : କାହାଣୀ ଆରମ୍ଭ ହୋଇଥିଲା ସ୍ତୁତି ମହାରଥୀଙ୍କ ପାଖରୁ, ଜଣେ ଏମ୍. ଏଲ.ଏ ଯିଏ ଇନ୍ଦ୍ରଜିତ ମହାରଥୀ ଠାରୁ ପ୍ରତିଶୋଧ ନେବାକୁ ସର୍ବଦା ପ୍ରୟାସରତ । ୨୦ ବର୍ଷ ଧରି ସ୍ତୁତି ଦୁଇ ପୁଅ ବୈଭବ ଓ କ୍ରୀଷ୍ଣାକୁ ନିଜେ ପାଳୁଥାଏ । ସମୟକ୍ରମେ ଦୁଇ ଜଣ ବଡ ହେଉଛନ୍ତି ଓ ବୈଭବ ବାହା ହେଉଛି ଲୋକପ୍ରିୟ ସମ୍ବାଦିକ ନନ୍ଦନ ମହାପାତ୍ରଙ୍କ ଝିଅ ଦେବିକା ମହାପତ୍ରକୁ । କିନ୍ତୁ ବିବାହ ପୂର୍ବରୁ ଦେବିକା ବୈଭବର ସାନ ଭାଇ କାହ୍ନା ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ହେଲେ କାହ୍ନାର ଆକ୍ରମଣାତ୍ମକ ଚରିତ୍ର ପାଇଁ ତା ଠାରୁ ଦେବିକା ଦୁରେଇଗଲା ହେଲେ ପରିସ୍ଥିତିରେ ପଡ଼ି ବୈଭବ କୁ ବିବାହ କରିଛି । କାହାଣୀର ଅଗ୍ରଗତି ହୋଇଛି ଓ କାହ୍ନା ଦେବିକା ଠାରୁ ପ୍ରତିଶୋଧ ନେବା ପାଇଁ ଦେବିକାର ସାନ ଭଉଣୀ ରାଧିକାକୁ ନିଜ ପ୍ରେମ ଜାଲରେ ଫସାଇଚି । ଏବେ ଦେବିକା କେମିତି ରକ୍ଷା କରିବ ନିଜ ଭଉଣୀ ରାଧିକାକୁ କଣକୁ କାହ୍ନାର ମାୟାଜାଲରୁ? ଅନ୍ୟପଟେ ପ୍ରତିଶୋଧର ନିଆଁ ରେ ଜଳୁଥିବା ସ୍ତୁତି କେମିତି ଇନ୍ଦ୍ରଜିତ ମହାରଥୀ ଠାରୁ ପ୍ରତିଶୋଧ ନେବ? ଦେବିକା ଓ ରାଧିକା କଣ ସ୍ତୁତିର ସାହାରା ହେବେ ? କିପରି ଉଭୟ ଭଉଣୀ ସ୍ତୁତିଙ୍କ ସାହାଯ୍ୟରେ ଇନ୍ଦ୍ରଜିତଙ୍କଠାରୁ ପ୍ରତିଶୋଧ ନେବେ ତାହା ହୋଇଛି ‘ମୁଁ ବି ବିଜୟିନୀ’ର ବିଷୟ ବସ୍ତୁ ।

ନୂଆ ବର୍ଷରେ ଜୀ-ସାର୍ଥକରେ ଆରମ୍ଭ ହୋଇଥିବା ଆଧୁନିକ କ୍ଲାସିକ୍ ପ୍ରେମ କାହାଣୀ ସହିତ ଜଡିତ ଏକ ପ୍ରତିଶୋଧର କାହାଣୀ ହୋଇଛି ଦର୍ଶକଙ୍କ ପ୍ରିୟ ଓ ଧାରାବାହିକ ‘ମୁଁ ବି ବିଜୟିନୀ’ । ଏହି ନୂଆ ଧରଣର କାହାଣୀ ଯେଉଁଥିରେ ରହିଛି ଯୁବ ପିଢ଼ିର ପ୍ରେମ ଭିତ୍ତିକ କଥା ଆଉ ରହିଛି ଭରପୁର ପ୍ରତିଶୋଧ କ୍ଷ ଏହି ଯୁବ ପିଢ଼ିରେ ନାୟିକା ଭାବେ ଦେଖା ଦେଇଛନ୍ତି ସୁଶ୍ରୀ ଓ ସିମ୍ରନ, ନାୟକ ଭାବେ ଆକାଶ ଏବଂ ବିଜୟ  ବୈଭବ ଚରିତ୍ରରେ ଆକାଶ, କାହ୍ନା ଚରିତ୍ରରେ ବିଜୟ ଏବଂ ନାୟିକା ସୁଶ୍ରୀ ଚରିତ୍ରରେ ଦେବୀକା, ସିମ୍ରନ ଚରିତ୍ରରେ ରାଧିକା କ୍ଷ ଅଭିନେତ୍ରୀ ଦୀପିକା ତ୍ରିପାଠୀ ଙ୍କ ବଳିଷ୍ଠ ଭୂମିକା କାହାଣୀକୁ ଏକ ଭିନ୍ନ ସ୍ତରକୁ ନେଇଛି।

ଧାରାବାହିକ ମୁଁ ବି ଵିଜୟିନୀ ପ୍ରତ୍ୟେକ ସୋମବାରରୁ ଶନିବାର ଜୀସାର୍ଥକ ଚ୍ୟାନେଲ୍‌ରେ ସନ୍ଧ୍ୟା ୬.୩୦ମିନିଟ୍ ରେ ପ୍ରସାରିତ ହୋଇ ବେଶ୍ ଲୋକପ୍ରିୟତା ସାଉଁଟି ସାରିଛି।