ଭାଇ ପାଲଟିଲା ରାକ୍ଷସ ! ୧୦ ଲକ୍ଷ ଟଙ୍କା ପାଇଁ ସାନ ଭାଇକୁ ଅପହରଣ ପରେ ମାରିଦେଲା ବଡଭାଇ

33

କନକ ବ୍ୟୁରୋ : ଟଙ୍କା ପାଇଁ ରକ୍ତର ସମ୍ପର୍କକୁ ଭୁଲିଗଲା ଭାଇ । ଅପହରଣ ପରେ ୮ ବର୍ଷର ଭାଇକୁ ତଂଟି ଚିପି ହତ୍ୟା କଲା ଭାଇ । ୨୪ ଘଂଟା ଭିତରେ ଢେଙ୍କାନାଳ ପରଜଂଗ ଅପହରଣ ଘଟଣା ଉପରୁ ପରଦା ହଟାଇଛି ପୋଲିସ । ମୋବାଇଲ୍ ଟ୍ରାକିଂ କରି ପୋଲିସ, ଅଭିଯୁକ୍ତ ଭାଇକୁ ଗିରଫ କରିଛି ।

ଚାରିଆଡେ କାନ୍ଦ ବୋବାଳି । ଚିକ୍ରାରରେ ଫାଟି ପଡୁଛି ଘର-ଦାଣ୍ଡ । ମା’ ଆଖିରୁ ଲୁହ ଶୁଖୁନି । ପୁଅକୁ ଝୁରୁଛି ବାପା । ୮ ବର୍ଷର ପୁଅକୁ ଅପହରଣ ପରେ ହତ୍ୟା। ଢେଙ୍କାନାଳ ପରଜଂଗର ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୋଲିସ । ଟଙ୍କା ଲୋଭରେ ସୈତାନ ସାଜିଲା ଭାଇ । ୮ ବର୍ଷର ଦାଦା ପୁଅ ଭାଇ ପ୍ରବୀଣକୁ ପ୍ରଥମେ ଗାଁ ଦାଣ୍ଡରୁ ଅପହରଣ କରିଥିଲା ଅଭିଯୁକ୍ତ । ମୁକ୍ତି ପାଇଁ ମାଗିଥିଲା ୧୦ ଲକ୍ଷ ଟଙ୍କା । ଏପରିକି ମେସେଜରେ ମଧ୍ୟ ଶିଶୁର ପରିବାରକୁ ଧମକ ଦେଇଥିଲା ଅଭିଯୁକ୍ତ ସତ୍ୟ । ଏପରିକି ମେସେଜରେ ଅଧଘଂଟା ମଧ୍ୟରେ ୧୦ ଲକ୍ଷ ଟଙ୍କା ଦାବି କରୁଛି ଅଭିଯୁକ୍ତ । ଆଉ ଟଙ୍କା ନଦେଲେ ପୁଅକୁ ମାରିଦେବାକୁ ଧମକ ଦେଉଛି ।

ଗୁରୁବାର ରାତି । ପ୍ରବୀଣକୁ ଅପହରଣ କରି ଘରେ ଲୁଚାଇ ରଖିଥିଲା ଅଭିଯୁକ୍ତ । ତେବେ ଅପହରଣର କିଛି ସମୟ ପରେ ପ୍ରବୀଣ କାନ୍ଦିବାରୁ ଧରା ପଡିଯିବା ଭୟରେ ଏକ କେବୁଲ ତାରରେ ତା ତଂଟି ଚିପି ହତ୍ୟା କରିଥିଲା ସତ୍ୟ । ପରେ ବସ୍ତାରେ ମୃତ ଦେହକୁ ଭର୍ତି କରି ଧାନଭାଡି ତଳେ ଲୁଚାଇ ରଖିଥିଲା । ଆଉ ପରିବାର ଲୋକଙ୍କ ସହ ମିଶି ପ୍ରବୀଣକୁ ଖୋଜାଖୋଜି କରିବାର ନାଟକ କରିଥିଲା । ତେବେ ପୋଲିସ, ମେସେଜ୍ ଆସିଥିବା ମୋବାଇଲ୍ ଟ୍ରାକିଂ କରି ଅଭିଯୁକ୍ତ ପାଖରେ ପହଁଚିଯାଇଥିଲା ।

ମାତ୍ର କିଛି ଟଙ୍କା ପାଇଁ ରକ୍ତର ସମ୍ପର୍କକୁ ଭୁଲିଗଲା ଭାଇ । ଆଉ ନିଜ ହାତରେ ସାନ ଭାଇକୁ ହତ୍ୟା କଲା । ଢେଙ୍କାନାଳ ପରଜଂଗର ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଆଲୋଡନ ଖେଳିଯାଇଛି ।