କନକ ବ୍ୟୁରୋ : ରାମଲୀଳା ବେଳେ ଅଘଟଣ । ରାମଲୀଳା ଚାଲିଥିଲା ବେଳେ ବାଣ ମାରିଲେ ଦୁର୍ବୃତ । ଫଳରେ ବେଶଧାରୀ ଲକ୍ଷ୍ମଣ ଗୁରୁତର ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ପୁରୀ ବଳିଆପଣ୍ଡା ଧୋବାଖାଇ ନୃସିଂହ ମନ୍ଦିର ନିକଟରେ ।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ରାମଲୀଳା ଚାଲିଥିବା ବେଳେ ରାମଚନ୍ଦ୍ର ବେଶରେ ଥିବା କୀର୍ତନ ପ୍ରଧାନଙ୍କ ଉପରକୁ ଲକ୍ଷ୍ୟ କରି ବାଣ ଫୋପାଡ଼ିଥିଲେ ଦୁର୍ବୃତ । କିନ୍ତୁ ଏହି ସମୟରେ ଲକ୍ଷ୍ମଣ ବେଶଧାରୀ ସୁକାନ୍ତ ପ୍ରଧାନ ଆଗକୁ ମାଡ଼ିଆସିଥିଲେ । ଫଳରେ ବାଣଟି ସିଧା ସୁକାନ୍ତଙ୍କ ଡାହାଣ କହୁଣୀରେ ମାଡ଼ ହୋଇଥିଲେ । ବିସ୍ଫୋରଣରେ ସୁକାନ୍ତଙ୍କ ସହ ରାମ ଓ ସୀତା ବେଶଧାରୀ କିଛି ଦୂରକୁ ଛିଟିକି ପଡ଼ିଥିଲେ । ଆଉ ବାଣ ମାଡ଼ରେ ସୁକାନ୍ତଙ୍କ କହୁଣୀ ଲହୁଲୁହାଣ ହୋଇପଡ଼ିଛି । ସୁକାନ୍ତଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସେପଟେ ଆୟୋଜକ କମିଟିର ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡ଼ିନାହିଁ । କୁହାଯାଉଛି କେହି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ଘଟାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/26-15.jpg)