ଘରେ ପଶି ଯୁବକଙ୍କ ଆତଙ୍କ ରାଜ : ଝରକାବାଟେ ପରିବାରର ୩ଜଣକୁ ଉଦ୍ଧାର କଲା ପୋଲିସ ଓ ଅଗ୍ନିଶମ ବାହିନୀ; ଅଭିଯୁକ୍ତକୁ କାବୁ କରିବାକୁ ଉଦ୍ୟମ ଜାରି

201

କନକ ବ୍ୟୁରୋ : ବଲାଙ୍ଗୀରରେ ବନ୍ଧୁକଧାରୀ ଯୁବକଙ୍କ କବଳରୁ ୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ପୋଲିସ ଓ ଅଗ୍ନିଶମ ବାହିନୀ । ୬ଘଂଟାର ଅପରେସନ ପରେ ବନ୍ଧକ ଥିବା ସମସ୍ତଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଓ ପୋଲିସ । ସିଢ଼ି ପକାଇ ଚଢ଼ିବା ସହ ଝରକା କାଚ ଭାଙ୍ଗି ସେହି ବାଟ ଦେଇ ରଶି ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ତେବେ ଅଭିଯୁକ୍ତ ଜଣଙ୍କ ଏବେ ବି ଘର ଭିତରେ ରହିଛି । ଆତ୍ମହତ୍ୟା କରିବାକୁ ଧମକ ଦେଉଛି ।

ଶାନ୍ତିପଡାର ମଦନ ମୋହନ ହୋତାଙ୍କ ଘରେ ବିକ୍ରମ ପଣ୍ଡା ନାମକ ଜଣେ ଯୁବକ ବନ୍ଧୁକ ଧରି ପଶି ଯାଇଥିଲା । ଘର ଭିତରପଟୁ କବାଟ ବନ୍ଦ ରଖି ଲୋକଙ୍କୁ ଭୟଭୀତ କରିଥିଲା । ଏହି ଖବର ପାଇ ଘଟଣାସ୍ଥଳରେ ପହଁଚିଥିଲେ ପୋଲିସ ଓ ଅଗ୍ନିଶମ ର୍କର୍ମଚାରୀ । ଘରେ ଭିତରେ ବନ୍ଧକ ଥିବା ସମସ୍ତଙ୍କୁ ଉଦ୍ଧାର କରିବା ବଡ ଚ୍ୟାଲେଞ୍ଜ ହୋଇଥିଲା । ତେବେ ସ୍ୱତନ୍ତ୍ର ରଣକୌଶଳ କରି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଛି ଉଦ୍ଧାରକାରୀ ଦଳ । ସହ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପହଁଚି ଯୁବକଙ୍କୁ ଆୟତ କରିବାକୁ ଉଦ୍ୟମ ଚଳାଇଛନ୍ତି ।