ଦିନରାତି ପଢେ ପଢେ କହୁଥିଲେ , ଝିଅର ଏଭଳି ଅବସ୍ଥା ହେଲା ଯେ ଏବେ କାନ୍ଦୁଛନ୍ତି ମା’ବାପା !

846

ବାପା’ମା ଚାହାଁନ୍ତି ତାଙ୍କ ସନ୍ତାନ ଖୁବ୍ ପାଠ ପଢି ବଡ ମଣିଷ ହୁଅନ୍ତୁ । ନିଜ ଗୋଡରେ ନିଜେ ଠିଆ ହେବାର ସାହସ ରଖନ୍ତୁ । କିନ୍ତୁ ୟା ମାନେ ଏହା ନୁହେଁ ଯେ ପିଲାଟିକୁ ପଢିବା ପାଇଁ ପ୍ରତିଦିନ ଚାପ ପକାଇବେ । ସମାଜରେ କିଛି ଲୋକ ମଧ୍ୟ ଏଭଳି ଅଛନ୍ତି । କିନ୍ତୁ ପ୍ରଥମେ ଆପଣଙ୍କ ପିଲାଟିର ଭବିଷ୍ୟତ ତା’ପରେ ପାଠପଢା । ପ୍ରତିଦିନର ଜୀବନଶୈଳୀରେ ଯଦି ସଂଜମତା ରଖିବେନି ତେବେ ନାହିନଥିବା ହଇରାଣର ଶିକାର ହେବେ । ଏଭଳି ଏକ ଘଟଣା ଘଟିଛି ଇଂଲଣ୍ଡରେ । ଜଣେ ମିୟାମା ନାମକ କିଶୋରୀକୁ ବାପା’ମା ଲଗାତାର ପଢିବା ପାଇଁ ଚାପ ପକାଉଥିଲେ ଫଳସ୍ୱରୁପ ଝିଅଟି ଏଭଳି ଏକ ଡିସଅର୍ଡରର ଶିକାର ହେଲା ଯେ ସେ ଏବେ ଖାଲି କଥାରେ ବେହୋସ୍ ହେବା ସହ ଦିନକୁ ୫୦ ଥର ଫିଡସ୍ ମାରୁଛି ।

ପିଲାବେଳୁ ଝିଅଟି ପ୍ରତି ଶକ୍ତ ଥିବା ବାପା’ମା ତାକୁ ପଢିବା ପାଇଁ ଚାପ ପକାଇ ଆସୁଥିଲେ ଏବଂ ଝିଅଟିର ଏଭଳି ଅବସ୍ଥା ହେଲା ଯେ ସେ ଏବେ କୁଆଡେ ଗଲା ଭଳି ଅବସ୍ଥାରେ ନାହିଁ । ୧୬ ବର୍ଷୀୟା ଏହି ଝିଅଟିର ଜିସିଏସଇ ପରୀକ୍ଷାରେ ହଠାତ୍ ଦେହ ଖରାପ ହୋଇଗଲା । ବାରମ୍ବାର ବେହୋସ୍ ହେବା ସହ ଝିଅଟିକୁ ଫିଡସ୍ ମଧ୍ୟ ମାରିଲା । ଡାକ୍ତରଖାନାକୁ ନେବା ପରେ ଡାକ୍ତର କହିଥିଲେ ଯେ ଝିଅଟି ଅଧିକ ଚାପର ବଶବର୍ତ୍ତି ହୋଇସାରିଛି ଚାପମୁକ୍ତ ହେଲେ ହିଁ ସେ ପୂର୍ବଭଳି ଅବସ୍ଥାକୁ ଫେରିପାରିବ । ନଚେତ୍ ସବୁଦିନ ପାଇଁ ଏଭଳି ଅବସ୍ଥାରେ ହିଁ ରହିଥିବ । ବର୍ତ୍ତମାନ ମିୟାମାର ଚିକିତ୍ସା ଚାଲିଥିବା ସହ ଘରେ ଖୁସିର ବାତାବରଣ ରଖିବାକୁ ଡାକ୍ତର କହିଛନ୍ତି । କିନ୍ତୁ ସ୍ୱାସ୍ଥ୍ୟରେ ଏ ଯାଏଁ କୌଣସି ଫରକ ଆସିନାହିଁ ।