ଚଳନ୍ତା ଟ୍ରେନରେ ଚଢିବା ବେଳେ ତଳେ ପଡିଗଲେ ଆରପିଏଫ ଯବାନ ! ଆଉ ତାପରେ…

457

ଟାଟା ନଗର ରେଳ ଷ୍ଟେସନରୁ ଆରମ୍ଭ ହେଉଥିବା ହାଓ୍ଵଡ଼ା-ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସରେ ଚଢ଼ିବା ସମୟରେ ସୋମବାର ଜଣେ ଆରପିଏଫ୍ ଯବାନ ତଳକୁ ଖସି ପଡ଼ିଥିଲେ । ହଠାତ୍ ଏଭଳି ଦୃଶ୍ୟ ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ବଞ୍ଚାଇବା ପାଇଁ ଦୌଡ଼ିଥିଲେ । କିନ୍ତୁ ଠିକ୍ ସମୟରେ ସେଠାରେ ଉପସ୍ଥିତ ଥିବା ଆଉ ଜଣେ ଆରପିଏଫ୍ ଯବାନ ଆସି ନିଜ ସହକର୍ମୀଙ୍କୁ ବଞ୍ଚାଇଥିଲେ ।

ସୂଚନା ମୁତାବକ, ୩ ନମ୍ବର ପ୍ଲାଟଫର୍ମରୁ ସକାଳ ସମୟରେ ଇସ୍ପାତ ଏକ୍ସପ୍ରେସ୍ ବାହାରିଥିଲା । ଟ୍ରେନ୍ ଚଢ଼ିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଆରପିଏଫ୍ ଯବାନ ଜଣକ ତରବରିଆ ଭାବରେ ଟ୍ରେନ୍ ଧରିବାକୁ ଯିବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା । କିନ୍ତୁ ସେ ଟ୍ରେନକୁ ଛାଡ଼ି ନ ଥିଲେ । ଟ୍ରେନ୍ ସହ ଘୋଷାଡ଼ି ହୋଇ ହୋଇ ସେ ପ୍ଲାଟଫର୍ମର ଶେଷ ମୁଣ୍ଡରେ ପହଞ୍ଚିବା ପୂର୍ବରୁ ସେଠାରେ ଥିବା ଆଉ ଜଣେ ଆରପିଏଫ୍ ଯବାନ ତାଙ୍କୁ ଟେକି ଟ୍ରେନ୍ ଭିତରକୁ ଠେଲି ଦେଇଥିଲେ । ଏହି ଦୁର୍ଘଟଣାରେ ଯବାନଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଘଟଣାକୁ ନେଇ ଲୋକେ ପାଟି ତୁଣ୍ଡ କରୁଥିବା ଶବ୍ଦ ଶୁଣି ଟ୍ରେନ୍ ଅଟକିଥିବା ପରେ ଆଗକୁ ବଢ଼ିଥିଲା ।