ଯୁବତୀଙ୍କ ଆଗରେ ବିଷ ପିଇ ଜୀବନ ହାରିଲେ ଯୁବକ : ଘଟଣାସ୍ଥଳରୁ ଯୁବତୀ ଫେରାର, ଥାନାରେ ମାମଲା ରୁଜୁ

4,772

କନକ ବ୍ୟୁରୋ : ବିଷ ପିଇଥିବା ଯୁବକକୁ ହସ୍ପିଟାଲରେ ଛାଡି ଯୁବତୀ ଫେରାର । ଆଉ ଡାକ୍ତରଖାନାରେ ଯୁବକଙ୍କ ଦେହାନ୍ତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ । ଖୋର୍ଦ୍ଧା ଥାନା ବାଣପୁର ଅଞ୍ଚଳର ଯୁବକ ରତିକାନ୍ତ ଦାସ ରାଜଧାନୀରେ ଘରୋଇ କଲେଜରେ ଇଞ୍ଜିନିୟରିଂ ପଢୁଥିଲେ ।

ଆଜି ସକାଳେ ରତିକାନ୍ତଙ୍କ ଜଣେ ବାନ୍ଧବୀ ତାଙ୍କ ସାନ ଭାଇଙ୍କୁ ଫୋନ୍ କରି ଜଣାଇଲେ ରତିକାନ୍ତ ବିଷ ପିଇ ଦେଇଛନ୍ତି ଏବଂ କ୍ୟାପିଟାଲ ହସ୍ପିଟାଲରେ ଅଛନ୍ତି । ଆଉ ତାଙ୍କ ଅବସ୍ଥା ଗୁରୁତର ଅଛି । ପରିବାର ଲୋକେ ଡାକ୍ତରଖାନାରେ ପହଁଚିବା ବେଳକୁ ରତିକାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା । ଏବଂ ତାଙ୍କ ବାନ୍ଧବୀ ସେଠାରେ ନଥିଲେ । ରତିକାନ୍ତଙ୍କ ଏଭଳି ମୃତ୍ୟୁକୁ ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି । ରତିକାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ମହିଳା ବାନ୍ଧବୀଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ ।