ଡିସେମ୍ବର ୧୮ ରେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୦ ଟାରେ ହେବ ଅନୁଷ୍ଠିତ

138

କନକ ବ୍ୟୁରୋ : ଚଳିତ ମାସ ୧୮ ତାରିଖରେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ରାଜ୍ୟ କାର୍ଯ୍ୟାଳୟରେ ସକାଳ ୧୦ ଟାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଆଶିଷ ରଞ୍ଜନ ମିଶ୍ର । ଏହି କାର୍ଯ୍ୟକାରିଣୀ ବୈଠକରେ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି , ସାଧାରଣ ସଂପାଦକ, ସଂପାଦକ,ଯୁଗ୍ମ ସଂପାଦକ, ୩୫ ଟି ସାଂଗଠନିକ ଜିଲ୍ଲାର ସମସ୍ତ ଜିଲ୍ଲା ସଭାପତି, ଏବଂ ସମସ୍ତ ଜୋନର ଜୋନ ସଭାପତି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଜୁ ଯୁବ ଜନତା ଦଳର ନବକଳେବର ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ ଯୁବ ବିଜେଡିର ବିଭିନ୍ନ ପ୍ରସ୍ତାବ ମାନ ଆଗତ କରାଯିବା ସହ ତୃଣମୂଳ ସ୍ତରରେ ଯୁବକ ମାନଙ୍କୁ ସଂଗଠିତ କରାଯାଇ ବିଜୁ ଜନତା ଦଳକୁ କ୍ରିୟାଶୀଳ କରାଯାଇ ପାରିବ ତାହା ଉପରେ ବିସ୍ତୁତ ଆଲୋଚନା ହେବ ବୋଲି ବିଜେଡି ରାଜ୍ୟ ସାଧାରଣ ସଂପାଦକ (ଯୁବ ବ୍ୟାପାର) ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି ।