ମାଥିଲି ଦଲଦଲିରେ ମାଓବାଦୀଙ୍କ ପ୍ରଜାକୋର୍ଟ । ପ୍ରଜାକୋର୍ଟରେ ନିସ୍ତୁକ ମାଡ଼ ଖାଇଥିବା ଯୁବକଙ୍କ ମୃତ୍ୟୁ ଅଭିଯୋଗ

98

କନକ ବ୍ୟୁରୋ : ପ୍ରଜାକୋର୍ଟରେ ନିସ୍ତୁକ ମାଡ଼ ଖାଇଥିବା ଯୁବକଙ୍କ ମୃତ୍ୟୁ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଦଲଦଲି ଗାଁରେ ଘଟିଛି ଏହି ଘଟଣା । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀଙ୍କ ପ୍ରଜାକୋର୍ଟରେ ମାଡ଼ ଖାଇଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ କେରମେଟି ଗାଁର ଆନନ୍ଦ । ଗତ କିଛି ଦିନ ତଳେ ମୋବାଇଲ ପାଇଁ ପ୍ରଜାକୋର୍ଟ କରିଥିଲେ ମାଓବାଦୀ । ଯୁବକଙ୍କୁ ମୋବାଇଲ ବାରଣ ପାଇଁ ତୁଳସୀ ଅଂଚଳରେ ପତିଆରି ଜାରି କରିଥିଲେ । ଏଥିରେ କେରମେଟି ଗାଁର ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଗତକାଲି ରାତିରେ ଯୁବକଙ୍କ ମୃତ୍ୟୁ ଘଟିଛି ।