ରାଉରକେଲା ବନ୍ଧମୁଣ୍ଡାରେ ନିଶାସକ୍ତ ଅବସ୍ଥାରେ ମା’ ଓ ଭାଉଜଙ୍କୁ ଯୁବକର ମରଣାନ୍ତକ ଆକ୍ରମଣ, ଧାରୁଆ ଅସ୍ତ୍ରରେ ଆକ୍ରମଣ ପରେ ନିଜ ବେକ କାଟିଦେଲା ଦୁର୍ବୃତ୍ତ

97

କନକ ବ୍ୟୁରୋ: ରାଉରକେଲା ବନ୍ଧମୁଣ୍ଡାରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ମା’ ଓ ଭାଉଜଙ୍କୁ ମରଣାନ୍ତକ ଆକ୍ରମଣ ପରେ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ପକାଇଛି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତିନି ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ରାଉଲକେଲା ବନ୍ଧମୁଣ୍ଡା ଥାନା ‘ଇ ସେକ୍ଟର’ ଅଞ୍ଚଳରେ ଏହି ଘଟଣା ଘଟିଛି । ବେନଡିକ୍ଟ କିସପେଟା ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ଏପରି କାଣ୍ଡ ଭିଆଇଛି । ଏକ ଧାରୁଆ ଛୁରୀରେ ନିଜ ମାଆ ଓ ଭାଉଜକୁ ପ୍ରଥମେ ଆକ୍ରମଣ କରିବା ପରେ ନିଜ ବେକକୁ କାଟି ଦେଇଥିଲେ । ଖବରପାଇ ବନ୍ଧମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଗୁରୁତରଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।