ମାଙ୍କୁ ଭେଟିବାକୁ ୫ ବର୍ଷ ପରେ ଘରେ ପହଂଚିଲେ ଯୋଗୀ ଆଦିତ୍ୟନାଥ, ୨୮ ବର୍ଷ ପରେ ନିଜ ଘରେ କଟାଇବେ ରାତି

1,114

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀର୍ଘ ୫ ବର୍ଷ ପରେ ନିଜ ଘରେ ପହଂଚିଛନ୍ତି । ସେ ସନ୍ୟାସ ନେବାର ୨୮ ବର୍ଷପରେ ପ୍ରଥମଥର ପାଇଁ ନିଜ ପରିବାର ସହିତ ରାତି କଟାଇବେ ବୋଲି କୁହାଯାଉଛି । ସେପଟେ ଯୋଗୀଙ୍କୁ ଦେଖା କରିବାକୁ ତାଙ୍କର ୩ ଭଉଣୀ ପ୍ରଥମେ ଘରେ ପହଞ୍ଚି ସାରିଛନ୍ତି । ସେପଟେ ଯୋଗୀଙ୍କର ଅନ୍ୟ ୩ ଜଣ ଭାଇ ବି ଘରେ ଅଛନ୍ତି ।

ଯୋଗୀ ଗାଁ ରେ ପହଂଚିବା ପୂର୍ବରୁ ୨ କିଲୋମିଟର ଦୂରେ ଥିବା ବିଶ୍ୟାଣି ଠାରେ ମହାଯୋଗୀ ଗୋରଖନାଥ ମହାବିଦ୍ୟାଳୟରେ ଗୁରୁ ଅବୈଧ୍ୟନାଥଙ୍କର ଏକ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ଗୁରୁଙ୍କୁ ସ୍ମରଣ କରି ଯୋଗୀ ଭାବୁକ ହୋଇପଡିଥିଲେ । ସେ କହିଥିଲେ କି ଗୁରୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ଓ ସ୍କୁଲ ଗୁରୁଙ୍କୁ ସମ୍ମାନୀତ କରିବା ମୋ ପାଇଁ ସୌଭାଗ୍ୟର କଥା । ଏହାସହ ତାଙ୍କର ଏଭଳି ସଫଳତା ପଛରେ ନିଜ ପିତା ମାତା ଓ ଧାର୍ମକ ଗୁରୁଙ୍କୁ ଶ୍ରେୟ ଦେଇଛନ୍ତି ।

ସେପଟେ ଯୋଗୀଙ୍କ ଏହି କାର୍ଯ୍ୟକ୍ରମର କଭର କରିବାକୁ ସାରା ଦେଶର ଗଣମାଧ୍ୟମ ଯୋଗୀଙ୍କ ଗାଁରେ ପହଂଚିଛି । ହେଲେ ଉତ୍ତରାଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ଗଣମାଧ୍ୟକୁ ଯୋଗୀଙ୍କ ଗାଁର ୧ କିଲୋମିଟର ପୂର୍ବରୁ ଅଟକାଇ ଦେଇଛି । ଅନ୍ୟପଟେ ଯୋଗୀଙ୍କ ଏହି ଗସ୍ତରେ ତାଙ୍କ ସହ ରହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀ ।