କାଶ୍ମୀର ଝିଅଙ୍କ କମାଲ: ସର୍ବକନିଷ୍ଠ କିକ୍ ବକ୍ସିଙ୍ଗ କୋଚ୍ , ୮ ବର୍ଷରେ ବିଶ୍ୱ ରେକର୍ଡ,  ୮୦୦ ଛାତ୍ରଛାତୀଙ୍କୁୁ ଦେଉଛନ୍ତି ପ୍ରଶିକ୍ଷଣ

102
କନକ ବ୍ୟୁରୋ: ଅଧିକାଂଶ ସମୟ ଗୋଳା ବାରୁଦର ସ୍ୱର ଶୁଭୁଥିବା କାଶ୍ମୀର  ଘାଟିରେ ଜଲୱା ଦେଖାଉଛନ୍ତି ୧୩ ବର୍ଷର ଝିଅ  । ପଥରମାଡ କରି ହିଂସା ସୃଷ୍ଟି କରୁଥିବା ଦୁର୍ବୃତ୍ତଙ୍କୁ ବୁଦ୍ଧି ଶିଖାଇବାକୁ ତଜାମୁଲଙ୍କ ମୁକ୍କେବାଜି ଯଥେଷ୍ଟ । ଏବେ ମାତ୍ର ୧୩ ବର୍ଷରେ ଘାଟିର ଅନ୍ୟ ଝିଅ ଓ ପୁଅଙ୍କୁ ବକ୍ସିଙ୍ଗ ପ୍ରଶିକ୍ଷଣ ଦେଇ ସୁଦୃଢ କରିବାକୁ ପ୍ରୟାସ ଚଳାଇଛନ୍ତି ତଜାମୁଲ ଇସ୍ଲାମ ।

ଗୋଟେପଟେ ତାଙ୍କର କଅଁଳ ମୁହଁକୁ ସମସ୍ତଙ୍କୁ ମୁଗ୍ଧ କରୁଥିବାବେଳେ ବକ୍ସିଙ୍ଗ ଆଖାଡାରେ ତାଙ୍କର ଗୋଟିଏ ପଞ୍ଚିଙ୍ଗରେ ପ୍ରତିଦ୍ୱନ୍ଦ୍ୱି ଚିତାପଟ୍ ମାରନ୍ତି । ମାସୁମ ଦେଖାଯାଉଥିବା ତଜାମୁଲ ବଡବଡ ବକ୍ସରଙ୍କୁ ମାତ ଦେଇଛନ୍ତି । ବାନ୍ଦିପୁରାର ନିବାସୀ ତଜାମୁଲ ଏଯାଏଁ ଅନେକ ମେଡାଲ ନିଜ ନାଁରେ କରିସାରିଛନ୍ତି । ମାତ୍ର ୮ ବର୍ଷରେ ଜୁନିଅର ବିଶ୍ୱ ବକ୍ସିଂ ଚାମ୍ପିଅନ ହୋଇ କେବଳ କାଶ୍ମୀର ନୁହେଁ ପୁରା ଦେଶ ପାଣି ଆଣିଥିଲେ ଗୌରବ । ୨୦୧୬ ରେ ଇଟାଲୀରେ ଆୟୋଜିତ ଜୁନିଅର୍ ୱାର୍ଲ୍ଡ ଚାମ୍ପିଅନସିପରେ ଭାଗନେଇ ବିଶ୍ୱର ୯୦ଟି ଦେଶର ପ୍ରତିଦ୍ୱନ୍ଦ୍ୱିଙ୍କୁ  ପଛରେ ପକାଇ ସ୍ୱର୍ତ୍ଥ ପଦକ ହାତେଇଥିଲେ ଜତାମୁଲ । ଚୀନରେ ଆୟୋଜିତ ପ୍ରତିଯୋଗିତାରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକର ଅଧିକାରୀ ହୋଇଥିଲେ । ମାତ୍ର ୫ ବର୍ଷରୁ ବକ୍ସିଙ୍ଗ ମୋହରେ ପଡିଥିଲେ ତଜମୁଲ । ଆଉ ତାଙ୍କର ଏହି ବକ୍ସିଙ୍ଗ ନିଶା ତାଙ୍କୁ କଅଁଳ ବୟସରୁ ଆଣିଦେଇଛି ପ୍ରସିଦ୍ଧି । ତାଙ୍କ ନାଁରେ ରହିଛି ଏକାଧିକ ମେଡାଲ ,ଟ୍ରଫି ।ବକ୍ସିଂ ପ୍ରତି ତାଙ୍କର ଏତେ ନିଶା ଯେ ଦିନକୁ ଘଣ୍ଟା ଘଣ୍ଟା ପ୍ରାକ୍ଟିସ୍ କଲେ ବି ତାଙ୍କୁ ସମୟ ଜଣାପଡେନି । ସବୁବେଳେ ଆକ୍ଟିଭ ତଜାମୁଲଙ୍କ ପ୍ରତିଭା ବିଷୟରେ ଜାଣି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କୁ ଭେଟିବାର ଇଚ୍ଛାକୁ ରୋକିପାରିନଥିଲେ । ଖୁସିରେ ତଜାମୁଲଙ୍କୁ କୋଳାଗ୍ରତ କରିଥିଲେ ରାଜନାଥ । କେବଳ ବକ୍ସିଙ୍ଗରେ ନୁହେଁ ପାଠ ପଢାରେ ବି କିଛି କମ୍ ନୁହଁନ୍ତି ଏହି କୁନି ପ୍ରତିଭା । କାଶ୍ମୀର ଗୁଡୱିଲ ସ୍କୁଲରେ ପଢୁଥିବା ତଜାମୁଲ କ୍ଲାସରେ ସବୁବେଳେ ଟପ୍  । ସବୁ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆଗୁସାର  । ଆଉ ସବୁଥିରେ ଟପ୍ ବି କରନ୍ତି ।  ଖାଲି ଦେଶ ନୁହେଁ ବିଦେଶରେ ବି ଏହି କାଶ୍ମୀର ଲଳନାଙ୍କର ବେଶ୍ ଚର୍ଚ୍ଚା । ମାତ୍ର ୧୧ ବର୍ଷ ବୟସରେ ହାଇଦର ସ୍ପୋର୍ଟ୍ସ ଏକାଡେମୀ ନାଁରେ ନିଜର ଏକ ବକ୍ସିଙ୍ଗ ଏକାଡେମୀ ପ୍ରତିଷ୍ଠା କରି କାଶ୍ମୀର ଘାଟି ପିଲାଙ୍କୁ ଦେଉଛନ୍ତି ବକ୍ସିଙ୍ଗ ଟ୍ରେନିଙ୍ଗ । ତାଙ୍କ ଏକାଡେମୀରେ ପାଖାପାଖି ୮୦୦ ଛାତ୍ରଛାତ୍ରୀ ବକ୍ସିଙ୍ଗ ପ୍ରଶିକ୍ଷଣ ନେଉଛନ୍ତି । ପିଲା କାହିଁକି ,କିଶୋର ଓ ଯୁବକ ମାନେ ମଧ୍ୟ ତାଙ୍କ ପଞ୍ଚି ଆଗରେ ହାର ମାନନ୍ତି । ବକ୍ସିଙ୍ଗ ୍ତାଙ୍କ ଜୀବନ  । ଏହାକୁ ଛାଡି ବଂଚି ପାରିବେ ନାହିଁ । ବକ୍ସିଙ୍ଗ ନିଶାରେ ଥିବା ଏହି କୁନି ପ୍ରଶିକ୍ଷକ ଭବିଷ୍ୟତରେ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା କୁହନ୍ତି ।