ଚାଲିଲା ଯୋଗୀଙ୍କ ବୁଲଡୋଜର। ଭାଙ୍ଗିଲା ହିଂସାକାରୀ ଘର, ଦୋକାନ।

110

କନକ ନ୍ୟୁଜ: ପୁଣି ଚାଲିଲା ଯୋଗୀଙ୍କ ବୁଲଡୋଜର । ଭାଙ୍ଗିଲା ହିଂସାକାରୀ ଘର, ଦୋକାନ, ଜବତ ଦେଲା ସମ୍ପତ୍ତି । ବିଜେପି ସାଂସଦ ନୂପୁର ଶର୍ମାଙ୍କ ବୟାନକୁ ନେଇ ବିକ୍ଷୋଭ ବେଳେ ହୋଇଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କ ଘର ଉପରେ ଚାଲିଲା ବୁଲଡୋଜର । ଶୁକ୍ରବାର ନମାଜ ପାଠ ପରେ ମୁସଲିମ ସମ୍ପ୍ରଦାୟର ଲୋକେ ବିକ୍ଷୋଭ ବେଳେ ସରକାରୀ ସମ୍ପତିର ପୋଡାଜଳା କରିବା ସହ ପୋଲିସ ଉପରେ ଟେକା, ପଥର ପକାଇଥିଲେ । ଏହାପରେ ଆଇନଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ । ପରେ ଯୋଗୀ ହିଂସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର, ଦୋକାନ ଭାଙ୍ଗିବାକୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କର ବେଆଇନ ଆୟ ଉପରେ ଅଧିକ ସୂଚନା ଯୋଗାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ କେତକ ସ୍ଥାନରେ ହିଂସାକାଣ୍ଡ ଘଟାଇଥିବା କେତକ ବ୍ୟକ୍ତିଙ୍କ ସମ୍ପତି ଜବତ ହୋଇଛି । ତେବେ ଏଥିରେ ସାମିଲ ଥିବା ଗରିବ ଲୋକଙ୍କୁ ଛାଡିଦେବାକୁ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଶନିବାର ବହୁ ସ୍ଥାନରେ ଅଭିଯୁକ୍ତମାନଙ୍କ ଘର ଭଙ୍ଗାଯାଇଥିବା ବେଳେ ଆଜି ବି ଭଙ୍ଗା ଚାଲିଛି । ମୁଖ୍ୟମନ୍ତ୍ରୀ ଯୋଗାୀ ଆଦିତ୍ୟନାଥଙ୍କ ପରାମର୍ଶଦାତା ମୃତ୍ୟୁଞ୍ଜୟ କୁମାର କହିଛନ୍ତି, ହିଂସାକାରୀମାନେ ସବୁବେଳେ ମନେ ରଖିବା ଉଚିତ ଯେ ଶୁକ୍ରବାର ପରେ ଶନିବାର ଆସେ ।