କନକ ବ୍ୟୁରୋ : ଅତିକ-ଅସରଫ ହତ୍ୟାକାଣ୍ଡକୁ ନେଇ ଉଠୁଛି ପଡୁଛି ଉତ୍ତରପ୍ରଦେଶ । ଏହା ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶକୁ ଏବେ କୌଣସି ମାଫିଆ ଆଉ ଭୟଭୀତ କରିପାରିବେନି ବୋଲି ଯୋଗୀ କହିଛନ୍ତି । ଏଥିସହ ପୂର୍ବ ସରକାରଙ୍କୁ ଘେରି ଯୋଗୀ କହିଛନ୍ତି ୨୦୧୭ ମସିହା ପୂର୍ବରୁ ରାଜ୍ୟରେ ଶହ ଶହ ମାଫିଆ ରହୁଥିଲେ ।

Advertisment

କିନ୍ତୁ ବିଜେପି ସରକାର ଆସିବା ପରେ ଏମାନଙ୍କ ମୁଳପୋଛ ହୋଇଛି । ରାଜ୍ୟରେ ଅରାଜକତା ନୁହେଁ ଆଇନରାଜ ଚାଲୁଛି । ଉତ୍ତରପ୍ରଦେଶ ବିକାଶର ମାହୋଲ ରହିଛି । ଆଜିର ଦିନରେ କୌଣସି ବ୍ୟବସାୟୀଙ୍କୁ କେହି ମାଫିଆ ଡରେଇପାରିବେ ନାହିଁ । ଯେଉଁମାନେ ୟୁପୀ ଭାବମୂର୍ତ୍ତିକୁ ଖରାପ କରୁଥିଲେ ସେମାନେ ଆଜି ସଙ୍କଟରେ ରହିଛନ୍ତି ।

ସେପଟେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଝାଡ଼ଖଣ୍ଡର ଅମନ ରାଜା ନାମକ ଜଣେ ବ୍ୟକ୍ତି ଫେସବୁକ୍‌ରେ ଏକ ପୋଷ୍ଟ୍‌ କରି ଯୋଗୀଙ୍କୁ ହତ୍ୟା ଧମକ ଦେଇଥିଲା। ଏହି ପୋଷ୍ଟର ଏକ ସ୍କ୍ରିନସଟ୍‌ ଯୋଗୀ ଆଦିତ୍ୟନାଥ, ଡିଜିପି ଏବଂ ଅନ୍ୟ ଅଧିକାରୀଙ୍କୁ ଟ୍ବିଟ୍‌ କରାଯାଇଥିଲା।