ଡାକ୍ତରମାନେ ଚିକିତ୍ସା ବ୍ୟବସ୍ଥାକୁ ବ୍ୟବସାୟ ନକରନ୍ତୁ ! କହିଲେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

61

ଯୋଗୀ ଆଦିତ୍ୟ ନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଅନେକ ଲୋକଙ୍କ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲାପରେ ମିଶନ ମୋଡ଼ରେ ଥିଲେ ଯୋଗୀ । ତାଙ୍କର କାର୍ଯ୍ୟଶୈଳୀକୁ କେବଳ ଉତ୍ତରପ୍ରଦେଶ ଲୋକେ ନୁହେଁ ରାଜ୍ୟ ବହାରର ଲୋକେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି । ତେବେ ନିକଟରେ ଯୋଗୀ ଆଦିତ୍ୟନାଥ ସୋମବାର ଦିନ ଲକ୍ଷ୍ନୌ ଲୋହିୟା ମେଡ଼ିକାଲରେ ପହଞ୍ଚିଥିଲେ । ସେଠାରେ ସେ ଡାକ୍ତର ଏଏସସି ରାୟ ନାମକ ଏକ ଛାତ୍ରାବସର ଉଦଘାଟନ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ଯୋଗୀ ଲୋକଙ୍କୁ ସମ୍ବୋଧିତ କରି ଚିକିତ୍ସା ବ୍ୟବସ୍ଥାକୁ ନେଇ ନିଜର ଭାବନା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଉତ୍ତରପ୍ରଦେଶ ସବୁଠାରୁ ବଡ଼ ରାଜ୍ୟ । କିନ୍ତୁ ବିକାଶ ମୂଳକ ଦିଗରେ ଓ ରାଜନୈତିକ ନେତୃତ୍ୱ ଦିଗରେ ବଡ଼ ରାଜ୍ୟ ହିସାବକରେ ଯେତେ ଭଲ ପ୍ରଦର୍ଶନ କରିବା କଥା ଏପର୍ଯ୍ୟନ୍ତ ତାହା ହୋଇପାରି ନାହିଁ । ସହର ଅଞ୍ଚଳରେ ଏବେ ବି ଆଇ ଅଧିକ ବିକାଶ ହେବା ଦରକାର । ଆଉ ଗ୍ରାମୀଣ ଅଂଳର ପରସ୍ଥିତି ଆହୁରି ସଙ୍ଗୀନ । ସ୍ଥିତି ସୁଧାରିବାକୁ ଲଗାତାର ଭାବେ ପ୍ରୟାସ ଜାରି ରହିଛି ଓ ରାଜ୍ୟ ସରକାର ଏନେଇ ସମସ୍ତ ଚେଷ୍ଟା କରୁଛନ୍ତି ।

ଯୋଗୀ କହିଛନ୍ତି, ଉତ୍ତରପ୍ରଦେଶ ପାଇଁ ଅଧିକ ଭଲ ଚିକିତ୍ସକ ଦକରାର । କିନ୍ତୁ ଡାକ୍ତରମାନେ ରୋଗୀଙ୍କ ଉପରେ ଅଧିକ ଧ୍ୟାନ ଦେବା ପରିବର୍ତ୍ତେ ନିଜର ସୁବିଧା ପାଇଁ କ୍ଲିନିକମାନେ ଖୋଲୁଛନ୍ତି । ଡାକ୍ତରୀ ପେଶାକୁ ବ୍ୟବସାୟ ନକରି ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଯୋଗୀ ପରାମର୍ଶ ଦେଇଛନ୍ତି । ଏହାସହ ସେ କହିଛନ୍ତି, ଏପରି କୌଣସି ଦିନ ନାହିଁ ଯେଉଁଦିନ ଗଣମାଧ୍ୟମ ଚିକିତ୍ସକଙ୍କ ଦୁର୍ବଳତା ଦେଖାଉଛନ୍ତି । ଏଥିରେ ସବୁକିଛି ସତ୍ୟତା ନଥିଲେ ମଧ୍ୟ କିଛି ତ ଅସୁବିଧା ରହିଛି ଯଦ୍ଦ୍ୱାରା ଚିକିତ୍ସାବ୍ୟବସ୍ଥା ବଦନାମ ହେଉଛି ।

ଏକ ସମୟ ଥିଲା ଯେତେବେଳ ବଳରାମପୁର ମେଡ଼ିକାଲରେ ଦେଶର ପ୍ରଧାନମନ୍ତ୍ରୀ ନିଜର ଚିକିତ୍ସା କରାଉଥିଲେ କିନ୍ତୁ ଆଜିକା ଦିନରେ ଉତ୍ତରପ୍ରଦେଶର ସ୍ଥିିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯୋଗୀ କହିଛନ୍ତି, ମୁଁ ଗୋରଖପୁର ଘଟଣାକୁ ନେଇ ମର୍ମାହତ । ଚିକିତ୍ସକଙ୍କ ସହ ଏନେଇ ଆଲେଚନା କରିବା ପାଇଁ ଚାହିଁକି । ଏପରି ଘଟଣାର ପୁରନାବୃତ୍ତି ନହେଉ ସେ ଦିଗରେ ମଧ୍ୟ ରାଜ୍ୟ ସରକାର ଧ୍ୟାନ ଦେବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେବେ ବି କୌଣସି ଛାତ୍ର ଏମବିବିଏସ କରୁଛନ୍ତି, ତାଙ୍କୁ ଏକ ବର୍ଷ ପାଇଁ ପିଏଚଡ଼ିରେ ଜରୁରୀ ପଠାଯାଉ । କିନ୍ତୁ ଯିବା ପରେ ଏପରି ନହେଉ କି କେବଳ ଅଧିକ ଟଙ୍କା ରୋଜଗାର ଲକ୍ଷ୍ୟରେ ସେ ଆଉ କେଉଁ ସ୍ଥାନକୁ ଚାଲିଯାଉ । ସେ କହିଛନ୍ତି, ଉତ୍ତରତ୍ତପ୍ରଦେଶ ଜନତା ପାଠପଢ଼ା ଉପରେ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହା ରାଜ୍ୟର ୨୨ କୋଟି ଜନତାଙ୍କ ଟାକ୍ସର ଟଙ୍କା । ତେଣୁ ଚିକିତ୍ସକ ମାନେ ନିଜର ଲାଭ କ୍ଷତି ନଦେଖି ଲୋକସେବାରେ ମନୋନିୃତ୍ତ କରନ୍ତୁ ।