୨୦୧୯ ରାଜନୀତିକୁ ନେଇ ଯୋଗଗୁରୁ ରାମବାବା ଦେଲେ ମତ ! କହିଲେ , ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ କହିପାରିବା କାଠିକର ପାଠ ।
ଛତିଶଗଡ,ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ନିର୍ବାଚନ ଫଳାଫଳ ବାହାରିବା ପରେ ବର୍ତ୍ତମାନ ଦେଶର ରାଜନୀତିରେ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି । କଂଗ୍ରେସ ପାର୍ଟି ଏହି ନିର୍ବାଚନ ଫଳାଫଳକୁ ସାଧାରଣ ନିର୍ବାଚନ ୨୦୧୯ ପୂର୍ବରୁ କେନ୍ଦ୍ର ସରକାରଙ୍କ ବିପକ୍ଷରେ ଜନଆଦେଶ ବୋଲି ଗ୍ରହଣ କରିସାରିଛନ୍ତି । କିନ୍ତୁ ବିଜେପିର କହିବାନୁସାରେ ରାଜ୍ୟ ନିର୍ବାଚନ ଫଳାଫଳରେ କେନ୍ଦ୍ର ସରକାରର ଗତିବିଧିକୁ ଆକଳନ କରିବା ଠିକ୍ ହେବ ନାହିଁ । କିନ୍ତୁ ଏହି ସବୁ ଭିତରେ ଏବେ ଯୋଗଗୁରୁ ବାବା ରାମଦେବ ନିଜ ବୟାନ ରଖିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ମଦୁରେରେ ବାବା ରାମଦେବ କହିଥିଲେ ରାଜନୈତିକ ପରିସ୍ଥିତି ଏବେ କଠିନାବସ୍ଥାରେ ରହିଛି । ୨୦୧୯ ରେ କିଏ ପ୍ରଧାନମନ୍ତ୍ରୀ ହେବ ତାହା ବର୍ତ୍ତମାନ କହିବା ଅତି କଷ୍ଟକର । ବାବା ରାମଦେବଙ୍କ କହିବାନୁସାରେ ସେ ନା ତ କାହାକୁ ସମର୍ଥନ କରୁଛନ୍ତି ଏବଂ ନା କାହାର ବିରୋଧ କରୁଛନ୍ତି । ସେ କହିଛନ୍ତି ଭାରତକୁ ସାଂପ୍ରଦାୟିକ ବା ହିନ୍ଦୁ ରାଷ୍ଟ୍ର ରୁପେ ନ ଗଢି ବରଂ ଆଧ୍ୟାତ୍ମିକ ଭାରତ ତଥା ଆଧ୍ୟାତ୍ମିକ ବିଶ୍ୱ ରୁପେ ଗଢିବା ଲକ୍ଷ୍ୟ ରହିବା ଆବଶ୍ୟକ ।
#Correction Ramdev in Madurai: Political situation is very difficult, we can’t say who will be next PM. I’m not focusing on politics, I don’t support or oppose anyone. We don’t aim to make a communal* or Hindu India, we want to make a spiritual India and world. #TamilNadu https://t.co/Fzffj4RWhg
— ANI (@ANI) December 25, 2018
ଆପଣଙ୍କୁ କହିରଖୁଛୁ କି ନିକଟରେ ସିଟ୍ ବାଣ୍ଟିବା ବିଷୟକୁ ନେଇ ଏନଡିଏ ସହ ଆରଏଲଏସପିର ମୁଖ୍ୟ ଉପେନ୍ଦ୍ର କୁଶବାହା ମହାଗଠବନ୍ଧନ ସାଥିରେ ଥିଲେ । ଏହା ସହ ଏଲଜେପି ନେତା ତଥା ସାଂସଦ ଚିରାଗ୍ ପାସୱାନ୍ ମଧ୍ୟ ସିଟ୍ ବଣ୍ଟାରେ କ୍ଷୋଭ ହୋଇ କହିଥିଲେ ଏନଡିଏ ଦୁର୍ବଳ ସମୟ ଦେଇ ଗତି କରୁଛି ।