ଓସ୍କାର ଦୌଡରେ ସାମିଲ ହେଲା ଓଡିଆ ଚଳଚିତ୍ର ‘କାଲିର ଅତୀତ’ । ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ପତ୍ତନ ବୃଦ୍ଧି ଉପରେ ନିର୍ମାଣ ହୋଇଛି ଏହି ସିନେମା

161

କନକ ବ୍ୟୁରୋ : ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଓଡିଆ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର ‘କାଲିର ଅତୀତ’ ଓସ୍କାର ଦୌଡରେ ସାମିଲ ହୋଇଛି । ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା ସହ ଆହୁରି ଅନେକ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏହି ଚଳଚିତ୍ରଟି ଓସ୍କାର ଦୌଡର ସାଧାରଣ ବର୍ଗରେ ପ୍ରବେଶ କରିଛି ।

ନୀଳମାଧବ ପଣ୍ଡା ନିର୍ଦ୍ଦେଶିତ ଏହି ସିନେମାଟି ମୁଖ୍ୟତ ଜଳବାୟୁ ପରିବର୍ତ୍ତନ, ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁଁ ଓଡିଶାର ପୂର୍ବ ଉପକୂଳର ଗ୍ରାମ ଗୁଡିକ କିଭଳି ଭାବେ ଅଦୃଶ୍ୟ ହେବାରେ ଲାଗିଛି ତାହା ଉପରେ ଚିତ୍ରିତ କରାଯାଇଛି ।

ଏହି ଚଳଚିତ୍ରଟି ଓସ୍କାର ଏକାଡେମୀର ସ୍କ୍ରିନିଂ ରୁମରେ ଉପଲବ୍ଧ ହୋଇଥିବା ବେଳେ ଭୋଟ ଓ ନୋମିନେଶନ ପାଇଁ ଏକାଡେମୀର ସଦସ୍ୟ ମାନେ ଏହି ଚଳଚିତ୍ରଟିକୁ ଦେଖିପାରିବେ ବୋଲି ଜଣାପଡିଛି । ଚଳଚିତ୍ରକୁ ନେଇ ନୀଳମାଧବ ପଣ୍ଡା କହିଛନ୍ତି କି ‘ଲସ୍ ଏଞ୍ଜେଲସ ଏବଂ ନ୍ୟୁୟର୍କର ସମସ୍ତ ଥିଏଟର ବନ୍ଦ ରହିଥିବା ଯୋଗୁ ଚଳିତ ବର୍ଷ ଏହି ଯୋଗ୍ୟତା ହାସଲ କରିବା ତାଙ୍କ ପାଇଁ କଷ୍ଟକର ଥିଲା ’

କହିରଖୁ କି ଓଡିଆ ପୁଅ ନୀଳମାଧବ ପଣ୍ଡା କେବଳ ଏହି ଚଳଚିତ୍ର ନୁହେଁ ଏହା ପୂର୍ବରୁ ଅନେକ ପ୍ରାମାଣିକ ଚଳଚିତ୍ର ନିର୍ମାଣ କରି ସଫଳତା ପାଇଛନ୍ତି । ତାଙ୍କ ଚଳିଚିତ୍ର ମଧ୍ୟରେ ରହିଛି ‘କୌନ କିତନେ ପାନୀ ମେ ହେ, ହାଲକା, ବିଜୁବାବୁ, କଡଭି ହାୱା,ବବଲୁ, ଜଲପରୀ, ଆଇ ଏମ କାଲାମ୍, ଗଡସ୍ ଓନ ପିପୁଲ’ । ଏହି ସବୁ ଚଳଚିତ୍ର ନିର୍ମାଣ କରି ଶ୍ରୀ ପଣ୍ଡା ଓଡିଶାକୁ ଆନ୍ତର୍ଜାତୀୟ ସିନେମା ଜଗତରେ ପରିଚିତ କରାଇଛନ୍ତି ।