ନିର୍ମାତା ଓ ନିର୍ଦେଶକ କରଣ ଜୋହରଙ୍କ ଦିଲ୍ ଏବେ ମୁସକିଲରେ । କାରଣ ତାଙ୍କ ଅପକମିଙ୍ଗ୍ ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ୍’ ଦିୱଲୀକୁ ରିଲିଜ୍ ହୋଇ ନପାରେ । ଉରୀ ହମଲା ପରେ ବଲିଉଡରେ ପାକିସ୍ତାନୀ ଆକ୍ଟର ମାନଙ୍କ ଉପରେ ବ୍ୟାନ୍ ଲାଗି ଥିବା ଯୋଗୁଁ ଫିଲ୍ମର ରିଲିଜରେ ବିଳମ୍ବ ହେଉଥିବା ଚର୍ଚ୍ଚା ହେଉଛି । କାରଣ ଫିଲ୍ମର ମେଲ୍ ଲିଡରେ ରଣବୀର କପୁରଙ୍କ ସହ ଅଛନ୍ତି ଫୱାଦ ଖାନ୍ ।
ଫିଲ୍ମରେ ଫୱାଦ ଅଭିନୟ କରିଥିବା ସିନ୍ ଗୁଡିକ ହଟାଇବା ପାଇଁ ଦାବି କରିଛି ଏମଏନଏସ୍ ପାର୍ଟି । ଆଉ ଯଦି ହଟା ନ ଯାଏ ତେବେ ଫିଲ୍ମକୁ ରିଲିଜ୍ କରାଇ ନଦେବା ପାଇଁ ଧମକ ମଧ୍ୟ ଦେଇଛି ଏମଏନଏସ୍ । ଯଦି ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ୍’ ଦିୱାଲୀରେ ରିଲିଜ୍ ନହୁଏ ତେବେ କେବଳ ଅଜୟ ଦେବଗନଙ୍କ ଫିଲ୍ମ ‘ଶିବାୟ’ ଫ୍ଲୋରକୁ ଆସିବ ।
ଦେଖନ୍ତୁ ଏହି ରୋମାଂଟିକ୍ ଫିଲ୍ମର ଟ୍ରେଲର୍ :
ଏହା ସହ ଦେଖନ୍ତୁ : ରିଲିଜ୍ ହେଲା ଫିଲ୍ମ ‘ଶିବାୟ’ର ନୂଆ ଗୀତ : ପ୍ରଥମ ଥର କିସିଂ ସିନରେ ନଜର ଆସିଛନ୍ତି ଅଜୟ ଦେବଗନ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/ranbir-kapoor-and-aishwarya-rai-bachchan.jpg)