ହ୍ୱାଇଟ ହାଉସ ଡାକ୍ତର କୋବିନ ଓ କର୍ଣ୍ଣରଙ୍କ ସୂଚନା, ଚର୍ମ କର୍କଟ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଆମେରିକା ରାଷ୍ଟ୍ରପତି

135

କନକ ବ୍ୟୁରୋ : ପୁରା ଫିଟ୍ ଅଛନ୍ତି ଜୋ ବାଇଡେନ୍ । ଆମେରିକାର ରାଷ୍ଟ୍ରପତି ବାଇଡେନ ଚର୍ମ କର୍କଟରେ ପୀଡିତ ଥିବା ବେଳେ ସର୍ଜରୀ ପରେ ଏବେ ସୁସ୍ଥ ହୋଇଛନ୍ତି । ହ୍ୱାଇଟ ହାଉସର ଡାକ୍ତର କେବିନ୍ ଓ କନର’ ତାଙ୍କର ଚିକିତ୍ସା କରୁଥିଲେ । ଚର୍ମରେ କିଛି କ୍ଷତ ଦେଖାଯିବା ପରେ ବାଇଡେନ ଚିକିତ୍ସା କରିଥିଲେ । ତେବେ ତାହା ଚର୍ମ କର୍କଟର ପ୍ରାଥମିକ ପର୍ଯ୍ୟାୟ ବୋଲି ଜଣାପଡିଥିଲା । ଏନେଇ ଫେବୃଆରୀରେ ତାଙ୍କର ସର୍ଜରୀ କରାଯାଇଥିଲା । ଏହି ସର୍ଜରୀ କରାଯାଇ ସଂକ୍ରମଣ କରୁଥିବା ସମସ୍ତ ଟିସୁକୁ ବାହାର କରିଦିଆଇଥିଲା । ତାପରେ ସମସ୍ତ ଚିକିତ୍ସା ଜାରି ରହିଥିବା ବେଳ ଏବେ ବାଇଡେନ୍ ସମ୍ପୁର୍ଣ୍ଣ ସୁସ୍ଥ ରହିଛନ୍ତି । ପ୍ରତିଦିନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି । ତେବେ ଆଗକୁ ତାଙ୍କୁ ଆଉ କୌଣସି ଚିକିତ୍ସା ଦରକାର ପଡିବନାହିଁ ବୋଲି କହିଛନ୍ତି ଡାକ୍ତର କେବିନ୍ ।