ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୧୯: କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା କହିଲେ, ରାଜନୈତିକ ସ୍ଥିରତା ଯୋଗୁଁ ଓଡିଶାକୁ ଲାଭ ମିଳିଛି

113

କନକ ବ୍ୟୁରୋ: କେମିତି ହେବ ନୂତନ ଓଡିଶାର ନିର୍ମାଣ । କନକ ନ୍ୟୁଜର ନିଆରା ଅଭିଯାନ । ତୃତୀୟ ବର୍ଷରେ ପହଚିଂଛି କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ । ଆଉ ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୧୯ରେ ଭାଗନେଇ ଦେଶର ସାମଗ୍ରିକ ସ୍ଥିତି ଓ ନୂତନ ନିର୍ମାଣର ମାର୍ଗ ଦର୍ଶନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା । ସିହ୍ନା କହିଛନ୍ତି ଗତକିଛି ବର୍ଷ ହେବ ରାଜନୈତିକ ଦୃଶ୍ୟପଟରେ ବିରାଟ ପରିବର୍ତ୍ତନ ଆସିଛି ।

ଡବଲ ଇଂଜିନ ନହେଲେ ରାଜ୍ୟର ବିକାଶ ସମ୍ଭବ ହେଉନି । ଅର୍ଥାତ ଉଭୟ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ରାଜନୈତିକ ଦଳର ସରକାରେ ରହିଲେ,ରାଜ୍ୟର ବିକାଶ ହେଉଛି , ଅଲଗା ଅଲଗା ରାଜନୈତିକ ଦଳ କ୍ଷମତାରେ ରହିଲେ ରାଜ୍ୟକୁ ହକ ମିଳୁନାହିଁ । ଏଥିରେ ପରିବର୍ତନ ଆସିବା ଦରକାର ବୋଲି ମତ ରଖିଛନ୍ତି ଯଶବନ୍ତ ସିହ୍ନ । । ବିଜେପି ଓ ମୋଦି ସରକାର ସମାଲୋଚକ ଭାବେ ଜଣାଶୁଣା ଯଶବନ୍ତ କେନ୍ଦ୍ର ସରକାରଙ୍କ କେତେକ ଅଦୂରଦର୍ଶୀ ଯୋଜନାକୁ ନେଇ ଟିପଣୀ କରିଛନ୍ତି ।

ଯୋଜନା କମିସନ ଉଚ୍ଚେଦ କରି ନୀତି ଆୟୋଗ ଆଣିବା ଫଳରେ ବିଶେଷ ଲାଭ ହୋଇନି ବୋଲି କହିଛନ୍ତି ଯଶବନ୍ତ । ନୀତି ଆୟୋଗକୁ ଭିନ୍ନ ଉପାୟରେ ବ୍ୟବହାର କରାଯାଉଛି । ଡାଟାକୁ ହେରଫେର କରାଯିବା ଭଳି ସାଂଘାତିକ ଖେଳ ଚାଲିଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ କୃଷକଙ୍କ ଆର୍ଥିକ ଉନ୍ନତି ଓ ଗ୍ରାମାଚଂଳର ବିକାଶକୁ ଗୁରୁତ୍ୱ ଦେବାପାଇଁ ସେ ଜୋର ଦେଇଛନ୍ତି ।