କନକ ବ୍ୟୁରୋ : ଗୁଜବରେ ପଡିଲା ପୂର୍ଣ୍ଣଛେଦ । ସାମ୍ନାକୁ ଆସିଲେ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ । ଉଜବେକିସ୍ତାନର ସମରକନ୍ଦରେ ଅନ୍ତିମ ଥର ପାଇଁ ଜିନ୍ ପିଙ୍ଗଙ୍କୁ ଦେଖିବାକୁ ମିଳିଥିଲା । ପରେ ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି ବୋଲି ଗୁଜବ ଉଠିଥିଲା । ଏବେ ସେ କିନ୍ତୁ ଚୀନ ନାଗରିକଙ୍କ ସାମ୍ନାକୁ ଆସିଛନ୍ତି । ମଙ୍ଗଳବାର ବେଜିଂରେ ଅନୁଷ୍ଠିତ ହୋଇଥିଲା ଏକ ପ୍ରଦର୍ଶନୀ । ଏହି ପ୍ରଦର୍ଶନୀରେ ସି ଜିନପିଙ୍ଗ୍ ଯୋଗ ଦେଇଥିଲେ ।

Advertisment

ତାଙ୍କ ସହିତ ଚୀନର କେତେକ ବରିଷ୍ଠ ନେତା ମଧ୍ୟ ଯୋଗ ଦେଇଥିଲେ । ଉଜବେକିସ୍ତାନରୁ ସି ଜିନପିଙ୍ଗ ଫେରିବା ପରେ କୁହାଯାଉଥିଲା ଯେ ଯେ ତାଙ୍କୁ ପିପୁଲ୍ସ ଲିବରେସନ୍ ଆର୍ମି ଦ୍ୱାରା ଗିରଫ କରାଯାଇଥିଲା । ଏହାକୁ ନେଇ ସାରା ବିଶ୍ୱର ନଜର ରହିଥିଲା । କିନ୍ତୁ ପରେ ଜଣାପଡିଛିି ଯେ ସେ ବିଦେଶ ଗସ୍ତରୁ ଫେରିବା ପରେ ଘରେ ସଙ୍ଗରୋଧରେ ଥିଲେ । କରୋନା ମହାମାରୀ ପରେ ଉଜବେକିସ୍ତାନ ଥିଲା ଜିନ୍ ପିଙ୍ଗଙ୍କ ପ୍ରଥମ ବିଦେଶ ଗସ୍ତ ।

ଆସନ୍ତା ମାସରେ ଚୀନର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟିର ବୈଠକ ରହିଛି । ଏହି ବୈଠକରେ ସି ଜିନି ପିଙ୍ଗ ତୃୀତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ଭାବେ ମନୋନୀତ ହେବେ ବୋଲି ସୂଚନା ରହିଛି । ଏହା ବ୍ୟତୀତ ପିଏଲଏର ଅଧ୍ୟକ୍ଷ ମଧ୍ୟ ରହିବେ । କୁହାଯାଉଛି ଚୀନରେ ସି ଜିନ୍ ପିଙ୍ଗ୍ ମାେଓାତ୍ସେ ତୁଙ୍ଗଙ୍କ ପରେ ସବୁଠାରୁ ବଡ ନେତାର ମାନ୍ୟତା ଦିଆଯିବ ।