କନକ ବ୍ୟୁରୋ: ଆମେରିକାରେ ହଇଚଇ ସୃଷ୍ଟି କରିଥିବା କରୋନାର ନୂଆ ଭ୍ୟାରିଆଣ୍ଟ XXB. 1.5 ଭାରତରେ ମଧ୍ୟ ବଢିବାରେ ଲାଗିଛି । ଏହା ଓମିକ୍ରନର ଆଉ ଏ ଭ୍ୟାରିଆଣ୍ଟ ଅଟେ । ତେବେ ଟିକା ନେଇସାରିଥିବା ଲୋକଙ୍କୁ ମଧ୍ୟ ଏହି ଭ୍ୟାରିଆଣ୍ଟ ସଂକ୍ରମିତ ହେଉଥିବା ଲକ୍ଷ୍ୟ କରାଯାଉଛି ।

Advertisment

ଏହି ଭ୍ୟାରିଆଣ୍ଟ ଅନ୍ୟ କରୋନା ଭ୍ୟାରିଆଣ୍ଟ ଠାରୁ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । ଏହାର ସ୍ରଂକମଣରେ ନାକ ବନ୍ଦ ହୋଇଯିବା, ଗଳାରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥଣ୍ଡା, କାଶ ଓ ସ୍ୱରରେ କର୍କଶତା ଦେଖାଯାଏ । ଏପରି ଲକ୍ଷ୍ୟଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଇନେବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।