ଖୋଲିଲା ସଲମାନ ଖାନଙ୍କ ଫିଟନେସର ରହସ୍ୟ ! ଆସନ୍ତୁ ଜାଣିବା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କ’ଣ ଖାଆନ୍ତି ଦବଙ୍ଗ ଖାନ୍

69

ଦବଙ୍ଗ ଖାନ ତାଙ୍କର ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଯୁବପୀଢି ତାଙ୍କ ପରି ଫିଟ ରହିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି । ବଲିଉଡ ଅଭିନେତା ସଲମାନ ଖାନ ବ୍ୟାୟାମ କରି ନିଜକୁ ଫିଟ ରଖିବା ପାଇଁ କୌଣସି ମଉକା ଛାଡନ୍ତି ନାହିଁ । ଏହାସହ ସେ କୌଣସି ଦିନ ଯଦି ୱର୍କଆଉଟ କରିପାରି ନଥାନ୍ତି, ତେବେ ରାତିରେ ୨ ଟା ହେଉ କିମ୍ବା ଯେତେେବେଳ ବି ସମୟ ମିଳେ ସେ ଜରୁର ବ୍ୟାୟାମ କରନ୍ତି । ଆସନ୍ତୁ ଜାଣିବା ସଲମାନ ଖାନଙ୍କ ଫିଟନେସର ଗୃଢ ରହସ୍ୟ ।

ପୂର୍ବରୁ ମସଲାଯୁକ୍ତ ଖାଦ୍ୟ ଓ ଇଟାଲିଆର ଖାଦ୍ୟ ସଲମାନଙ୍କର ବହୁତ ପ୍ରିୟ ଥିଲା । ପାଓଭାଜି, ଆଇସକ୍ରୀମ, ପିଜ୍ଜା ପରି ଖାଦ୍ୟ ତାଙ୍କର ଅତିପ୍ରିୟ ଥିଲା । କିନ୍ତୁ ଯେେବେଠାରୁ ମନୀଷ ଅଡବିଲକର ତାଙ୍କର ଜିମ ଟ୍ରେନର ହୋଇଛନ୍ତି ତେବେ ଠାରୁ ସଲମାନ ଏପରି ମସଲାଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହୁଛନ୍ତି ।

ଏବେ ସଲମାନ ପ୍ରୋଟିନଯୁକ୍ତ ଖାଦ୍ୟ ଯେପରି ମାଛ, ଅଣ୍ଡାର ଧଳା ଅଂଶ , ମାଂସ ଓ କ୍ଷୀର ଅଧିକ ଖାଉଛନ୍ତି । ସଲମାନ ଖାନଙ୍କ ଅନୁସାରେ ଆମେ ଯେଉଁପ୍ରକାର ଭୋଜନ କରନ୍ତି ଆମ ଶରୀର ସେହିପରି ଗଢି ହୋଇଥାଏ । ଏଥିପାଇଁ ସେ କେବଳ ବ୍ୟାୟାମ ଉପରେ ନୁହଁ ତାଙ୍କର ଖାଦ୍ୟ ପ୍ରଣାଳୀ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତି । ଜାଣନ୍ତୁ ସଲମାନ ସକାଳୁ ରାତି ପର୍ଯ୍ୟନ୍ତ କ’ଣ ଭୋଜନ କରନ୍ତି ।

୧. ସଲମାନ ଖାନ ସକାଳ ଜଳଖିଆରେ ଚାରିଟି ଅଣ୍ଡାର ଧଳାଅଂଶ ଓ ଅଳ୍ପ ଫ୍ୟାଟ ଥିବା କ୍ଷୀର ଖାଆନ୍ତି ।

୨. ୱର୍କଆଉଟ ପୂର୍ବରୁ ସଲମାନ ପୁଣି ଦୁଇଟି ଅଣ୍ଡାର ଧଳା ଅଂଶ ଓ ପ୍ରୋଟିନ ସେକ ନିଅନ୍ତି ।

୩. ୱର୍କଆଉଟ ପରେ ବାହାମ, ଓଟସ୍ ଓ ତିନିଟି ଅଣ୍ଡାର ଧଳାଅଂଶ ଓ ପ୍ରୋଟିନ ବାର ଖାଆନ୍ତି ।

୪. ମଧ୍ୟାହ୍ନ ଭୋଜନରେ ସଲମାନ ମାଛ ଭଜା ଓ ମଟନ ଖାଆନ୍ତି । ଏହାସହ ମଧ୍ୟାହ୍ନ ଭୋଜନରେ ସେ ବହୁତ ସାଲାଡ ଓ ଫଳ ଖାଆନ୍ତି ।

୫. ସନ୍ଧ୍ୟାରେ ପୁଣି ପ୍ରୋଟିନ ବାର ଓ ଡ୍ରାଇ ଫ୍ର୍ରୁଟସ ଖାଆନ୍ତି ।

୬. ରାତ୍ରୀ ଭୋଜନରେ ସଲମାନ ଖାନ ସୁପ, ଚିକେନ ଓ ସବୁଜ ପନପରିବା ଖାଆନ୍ତି ।