ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ । ଦେଖନ୍ତୁ, ୧୫ ଜଣିଆ ଦଳରେ ସ୍ଥାନ ପାଇଲେ କିଏ କିଏ?

8,646

କନକ ବ୍ୟୁରୋ: ଆସନ୍ତା ଜୁନ୍ ୭ ତାରିଖରେ ଖେଳାଯିବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ । ଭାରତ- ଅଷ୍ଟ୍ରେଲିଆ ଭିତରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଏବେ ମାତ୍ର କିଛି ଦିନର ସମୟ ବାକି ଅଚି । ତେବେ ଟିମ୍ ଇଣ୍ଡିଆର ଦଳ ଘୋଷଣା ପରେ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଦଳ ଘୋଷଣା କରିଛି କଙ୍ଗାରୁ ଦଳ । ଏହି ଦଳ ଘୋଷଣା ସହିତ ୨ ଜଣ ଖେଳାଳିଙ୍କୁ ଷ୍ଟାଣ୍ଡ ବାଏ ଭାବେ ମଧ୍ୟ ରଖିଛି ଟିମ୍ ଅଷ୍ଟ୍ରେଲିଆ ।

ଘୋଷଣା ହୋଇଥିବା ଦଳରେ ଅଷ୍ଟ୍ରେଲିଆ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଭାବେ ଡେଭିଡ୍ ୱାର୍ଣ୍ଣର, ଉସମାନ୍ ଖ୍ୱାଜା ଏବଂ ମାର୍କସ ହ୍ୟାରିସଙ୍କର ଚୟନ ହୋଇଛି । ତା ସହିତ ମଧ୍ୟମକ୍ରମରେ ଷ୍ଟିଭ୍ ସ୍ମିଥ୍, ଟ୍ରାଭିସ୍ ହେଡ୍, ମାନର୍ସ ଲାବୁସେନ୍ ଓ କ୍ୟାମରେନ୍ ଗ୍ରୀନଙ୍କୁ ସ୍ଥାନ ମିଳିଛି । ଖାଲି ସେତିକି ନୁହେଁ ସ୍ପିନ୍ ବିଭାଗରେ ନାଥନ୍ ଲାୟନଙ୍କ ସହିତ ଟଡ୍ ମର୍ଫିଙ୍କୁ ସୁଯୋଗ ମିଳିଛି । ସେହିପରି ଦ୍ରୁତ ବୋଲିଂରେ ମିଚେଲ ଷ୍ଟାର୍କ, ସ୍କଟ୍ ବୋଲାଣ୍ଡ, ଜୋସ୍ ହେଜେଲଉଡ୍ ଏବଂ କ୍ୟାପଟେନ୍ ପ୍ୟାଟ୍ କମିନ୍ସ ରହିଛନ୍ତି ।

ଅଷ୍ଟ୍ରେଲିଆ ଟିମରେ ୱିକେଟକିପର ଭାବେ ଆଲେକ୍ସ କ୍ୟାରିଙ୍କୁ ଦଳରେ ରଖାଯାଇଛି । ସେହିପରି ଜୋସ୍ ଇଂଲିସ୍ ମଧ୍ୟ ୧୫ ଜଣିଆ ଦଳରେ ରହିଛନ୍ତି । ତେବେ ଷ୍ଟାଣ୍ଡବାଏ ଖେଳାଳି ଭାବେ ମିଚେଲ ମାର୍ଶ, ଏବଂ ମ୍ୟାଟ୍ ରେନାସାଙ୍କୁ ରଖାଯାଇଛି ।