ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ । ପଞ୍ଚମ ଦିନରେ ବି ବର୍ଷା ସାଜିଲା ବାଧକ । ଖେଳ ଆରମ୍ଭ ହେବାରେ ବିଳମ୍ବ

222

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚରେ ବର୍ଷା ବାଧକ ସାଜିଛି । ଖେଳ ଆରମ୍ଭରୁ ଲାଗି ରହିଛି ବର୍ଷା । ଭାରତ ତାର ପ୍ରଥମ ଇଂନିସ ଖେଳ ଶେଷ କରିଥିବା ବେଳେ ନ୍ୟୁଜିଲାଣ୍ଡ ତାର ପ୍ରଥମ ଇଂନିସ ଅଧା ରଖିଛି । ଅର୍ଥାତ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଛି । ଆଜି ପଞ୍ଚମ ଦିନରେ ବି ବର୍ଷା ଲାଗି ରହିଛି । ତେଣୁ ଏଯାଏଁ ଖେଳ ଆରମ୍ଭ ହୋଇ ପାରିନାହିଁ ।

ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ଟିମ ଇଣ୍ଡିଆ ପ୍ରଥମ ଇଂନିସରେ ୨୧୭ ରନ କରିଥିଲା । ସେହିପରି ନ୍ୟୁଜିଲାଣ୍ଡ ୨ ୱିକେଟ ହରାଇ ୧୦୧ ରନ କରିଛି ।