କନକ ବ୍ୟୁରୋ: ଖ୍ୟାତନାମା ଲେଖକ କେ.ଏସ୍ ଭଗବାନଙ୍କର ଶ୍ରୀପୁରୁଷୋତ୍ତମ ଶ୍ରୀରାମଙ୍କ ଉପରେ ବିବାଦୀୟ ବୟାନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସେ କହିଛନ୍ତି ଯେ, ‘ବାଲ୍ମିକୀ ରାମାୟଣରେ କୁହାଯାଇଛି ଯେ, ଶ୍ରୀରାମ ପ୍ରତିଦିନ ତାଙ୍କ ପତ୍ନୀ ସୀତାଙ୍କ ସହ ବସି ମଦ୍ୟପାନ କରୁଥିଲେ’ । ଶୁକ୍ରବାର କର୍ଣ୍ଣାଟକରେ ଏକ ଜନସଭାକୁ ସମ୍ବୋଧନ କରୁଥିବା ସମୟରେ ଲେଖକ ଏପରି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ତାଙ୍କର ଏହି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ବିବାଦ ଘନେଇବାରେ ଲାଗିଛି ।

Advertisment

କେ, ଏସ୍ ଭଗବାନ୍ କହିଛନ୍ତି ଯେ, ଅପରାହ୍ନରେ ଶ୍ରୀରାମଙ୍କ କାମ ସୀତାଙ୍କ ସହ ବସି ମଦ ପିଇବା ଥିଲା । ସୀତା ମଧ୍ୟ ନିଶା ସେବନ କରୁଥିଲେ ।’ ସେ ତାଙ୍କର ପୁସ୍ତକ ‘ରାମ ମନ୍ଦିର ୟେକେ ବେଡା’ ନାମରେ ଛପାଯାଇଥିବା ବହିରେ ମଧ୍ୟ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ତାଙ୍କର ଏଭଳି ମନ୍ତବ୍ୟ ଉପରେ କ୍ଷୁବ୍ଧ ହୋଇଛି ହିନ୍ଦୁ ସଙ୍ଗଠନ । ଉତ୍ତ୍ୟକ୍ତ କର୍ମ ତାଙ୍କ ଘର ଆଗରେ ପୂଜା କରିବାକୁ ଯୋଜନା କରିବାକୁ ଚାହିଁଥିଲେ ବି ବାହାରେ ସୁରକ୍ଷା କର୍ମୀଙ୍କ କଡା ସୁରକ୍ଷା ଯୋଗୁଁ ଏଭଳି ହୋଇପାରିନଥିଲା ।