ରୁସଦିଙ୍କ ଆକ୍ରମଣକୁ ନିନ୍ଦା କରିବାରୁ ଲେଖିକାଙ୍କୁ ହତ୍ୟା ଧମକ, ଦୁର୍ବୃତ୍ତ ଲେଖିଲେ ଏପରି କଥା ।

113

କନକ ବ୍ୟୁରୋ: ଆମେରିକାରେ ବିଶିଷ୍ଟ ଔପନ୍ୟାସିକ ସଲମାନ ରୁଶଦିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବାକୁ ପ୍ରଖ୍ୟାତ ଲେଖିକା ଜେକେ ରାଉଲିଙ୍ଗଙ୍କୁ ହତ୍ୟା ଧମକ। ଟ୍ୱିଟରରେ ଲେଖିକାଙ୍କୁ ହତ୍ୟା ଧମକ ଦିଆଯାଇଥିବା ବେଳେ ୫୭ ବର୍ଷୀୟା ଲେଖିକା ରାଉଲିଂ ଟ୍ୱିଟରରେ ହତ୍ୟା ଧମକର ସ୍କ୍ରିନଶଟ୍ ମଧ୍ୟ ଶେୟାର କରିଛନ୍ତି।

ହେରି ପୋର୍ଟର ଲେଖିକା ରାଉଲିଂ ରୁଶଦିଙ୍କ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣକୁ ନିନ୍ଦା କରିଥିଲେ। ସେ କହିଥିଲେ ଯେ ଘଟଣା ଜାଣି ତାଙ୍କୁ ବହୁତ ଦୁଃଖ ହେଲା। ତେବେ ପ୍ରାର୍ଥନା କରୁଛି ଯେ ଔପନ୍ୟାସିକ ଶୀଘ୍ରୁ ସୁସ୍ଥ ହୋଇଯାଆନ୍ତୁ। ରାଉଲିଙ୍କର ଏହି ଟ୍ୱିଟ୍‌ରେ ଜବାବ ଦେଇ ଜଣେ ୟୁଜର ଲେଖିଛନ୍ତି ‘ଚିନ୍ତା କର ନାହିଁ ପରବର୍ତ୍ତୀ ଶିକାର ଆପଣ।’

ରାଉଲିଙ୍ଗଙ୍କୁ ଏଭଳି ଧମକ ଦେଇଥିବା ଅପରାଧି ଟ୍ୱିଟରରେ ନ୍ୟୁଜର୍ସିର ଆକ୍ରମଣକାରୀ ହାଦି ମଟରରକୁ ବି ପ୍ରଶଂସା କରିଛି। ଶୁକ୍ରବାର ହାଦି ମଟର ପଶ୍ଚିମ ନ୍ୟୁୟର୍କରେ ଏକ ସାହିତ୍ୟା କାର୍ୟ୍ୟକ୍ରମରେ ରୁଶଦିଙ୍କୁ ମୁହଁ ଓ ବେକକୁ ବାରମ୍ବାର ଛୁରିଭୁସି ଆକ୍ରମଣ କରିଥିଲେ। ଏହା ପରଠାରୁ ରୁଶଦି ବର୍ତ୍ତମାନ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଗୋଟେ ଆଖି ନଷ୍ଟ ହୋଇଯାଇପାରେ ବୋଲି ଶୁଣିବାକୁ ମିଳୁଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତୀ ଆସୁଛି। ସେ କତା କହୁଛନ୍ତି ବୋଲି ରଶଦିଙ୍କ ଏଜେଣ୍ଟଙ୍କ ପକ୍ଷରୁ ସୂଚନା ମିଳିଛି। ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି।