ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ 

63

କନକ ବ୍ୟୁରୋ : ସାପ୍ତାହିକ ହାଟରୁ ସୁନାଗହଣା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍  । ମୟୂରଭଂଜ ଝରାଡିହି ନିକଟରେ ବସିଥିବା ସାପ୍ତାହିକ ହାଟରୁ ସୁନା ଗହଣା ଥିବା ବ୍ୟାଗ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି  । ରାଇରଙ୍ଗପୁର ତାମଳବନ୍ଧ ଗାଁର ନିଳାମ୍ବର ନନ୍ଦ ନାମକ ଜଣେ ବ୍ୟବସାୟୀ ଦୋକାନ ଖୋଲିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏକ କଳା ପଲସରରେ ଦୁଇ ଜଣ ଆସି ଗହଣା ବ୍ୟାଗକୁ ଝାମ୍ପି ନେଇଥିଲେ । ଏନେଇ ବ୍ୟବସାୟୀ ଜଣଙ୍କ ଝାଡଖଣ୍ଡ କୁଆଳି ପୋଲିସକୁ ଖବର ଦେଇଥିଲେ । ପୋଲିସ ମଧ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଥିବା କୁହାଯାଉଛି  । ବାରମ୍ବାର ଏହି ଅଂଚଳରେ ଲୁଟ୍ ହେଉଥିବାରୁ ସ୍ଥାନୀୟ ଅଂଚଳରେ ପାଟ୍ରୋଲିଂ ଜୋରଦାର କରିବାକୁ ଦାବି ହୋଇଛି  ।