ବିଶ୍ୱର ସବୁଠୁ ଦୁର୍ଗନ୍ଧମୟ ଫଳ । ଦୀର୍ଘ ଦିନ ଧରି ସଫା ହୋଇନଥିବା ମୋଜାର ଦୁର୍ଗନ୍ଧ ଠାରୁ ମଧ୍ୟ ଅଧିକ ଗନ୍ଧ, ଦାମ ଜାଣିଲେ ଆଶ୍ଚଯ୍ୟ ହେବେ? ଦେଖନ୍ତୁ ଭିଡିଓ

636

ଗୋଟିଏ ଫଳର ଦାମ ୭୧୦୦୦ ଟଙ୍କା। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଇଣ୍ଡୋନେସିଆରେ ଏଭଳି ଫଳ ବିକ୍ରି ହେଉଛି । ଡୁରିୟନ ନାମକ ଏହି ଫଳ ଇଣ୍ଡୋନେସିଆରେ ପ୍ରାୟ ୧୦୦୦ ଡଲାରରେ ବିକ୍ରି ହେଉଛି । ଏତେ ଟଙ୍କାରେ ବିକ୍ରି ହେଉଥିବା ଫଳ କିନ୍ତୁ ଅନ୍ୟ ଫଳ ଭଳି ବାସ୍ନାଯୁକ୍ତ ନୁହେଁ । ଏହାକୁ ଖାଇବା ପୂର୍ବରୁ ଅନେକ ଥର ଭାବିବାକୁ ପଡିଥାଏ । କାରଣ ଦୁନିଆର ସବୁଠୁ ଗନ୍ଧଯୁକ୍ତ ଫଳ ହେଉଛି ଡୁରିୟନ ଫଳ । ଖାସକଥା ହେଉଛି ଏହା ଯେଉଁ ଷ୍ଟୋରରେ ବିକ୍ରି କରାଯାଇଥାଏ ସେଠାରେ ଏହାକୁ ସୀସା ବକ୍ସରେ ପଲିଷ୍ଟର କପଡାରେ ଗୁଡାଇ ରଖାଯାଇଥାଏ । ତେବେ ଇଣ୍ଡୋନେସିଆରେ ଏହି ଫଳର କ୍ରେଜ ଏତେ ଯେ, ଲୋକେ ଏହାସହ ସେଲଫି ନେବାକୁ ଭୁଲନ୍ତି ନାହିଁ ।

 

View this post on Instagram

 

Mohon bersabar , ini ujian.. mohon bersabar… 😂😂😂👌, Duuuhhhh.. 🤤🤤🤤🤩👍👌 . 👆klik tombol biru “FOLLOW” di 👉@masak.viral ,biar kalian langsung dapetin up date video terbaru yaa gaess… 🤗 . Tag Sahabat-Sahabat kalian yang baik hati yaaa..☝️ . Barang bekas bisa dimanfaatin lho gaess, Mau tau cara nya ??? 🤗 FOLLOW👍: 👉 : @2menit.kreatif 👉 : @2menit.kreatif 👉 : @2menit.kreatif . Cara masak yg Simple + Kreatif, Mau tau ??? 🤩 FOLLOW 👍: 👉 : @masak.kreatif 👉 : @masak.kreatif 👉 : @masak.kreatif . Cr : @migrationology #masak #resepmasakanindonesia #viral #belajarbaking #doyanbaking #makan #minum #food #cooking #kreatif #masakan #masakanrumahan #jajananpasar #resepmasakanrumahan #makanan #sarapanpagi #breakfast #makansiang #makanmalam #videomasak #kuliner #tasty #resepyummy #rujak #hijrah #resepmasakan #gorengan #indonesianfood #durian

A post shared by KULINER VIRAL●INDONESIA🇮🇩 (@masak.viral) on

ପୂରା ଦକ୍ଷିଣ ଏସିଆରେ ଏହାକୁ ଫଳର ରାଜା ବୋଲି କୁହାଯାଇଥାଏ । ଏହି ଫଳ ଭିତରେ ଥିବା ରସ ଅଂଶକୁ ଖାଇବାକୁ ଲୋକେ ବେଶ ଭଲ ପାଇଥାନ୍ତି । ଦୀର୍ଘ ଦିନ ଧରି ସଫା ହୋଇନଥିବା ମୋଜାର ଗନ୍ଧ କିମ୍ବା ଦୂଷିତ ନାଳ ଗନ୍ଧ ଠାରୁ ମଧ୍ୟ ଅଧିକ ଦୁର୍ଗନ୍ଧମୟ । କିନ୍ତୁ ଏହାକୁ ଖାଇବାକୁ ଲୋକଙ୍କ ଭିତରେ ଜବରଦସ୍ତ କ୍ରେଜ ରହିଛି । ଜେ-କ୍ୱିନ୍ ବ୍ରାଣ୍ଡର ଏହି ଫଳ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ । ଯେଉଁଥିପାଇଁ ଏହି ଫଳ ବେଶ ମହଙ୍ଗା । ଏହାଛଡା ଏହି ଫଳକୁ ଖାଇବାକୁ ଯେଉଁମାନେ ପସନ୍ଦ କରିଥାନ୍ତି ସେମାନେ ନିଜର ନା ଗୁପ୍ତ ରଖିବାକୁ ପସନ୍ଦ କରିଥାନ୍ତି ।

ତେବେ ଇନଷ୍ଟାଗ୍ରାମ ୟୁଜର୍ସଙ୍କ ମଧ୍ୟରେ ଏହି ଫଳ ବେଶ ଲୋକପ୍ରିୟ । ଏହି ଫଳର ଫଟୋ ଓ ଭିଡିଓକୁ ଇନଷ୍ଟାଗ୍ରାମରେ ପ୍ରବଳ ମାତ୍ରାରେ ସେୟାର କରୁଥିବା ଦେଖିବାକୁ ମିଳୁଛି । କେତେବେଳେ ଆକୃତିକୁ ନେଇ ତ ପୁଣି କେତେବେଳେ ବାସ୍ନାକୁ ନେଇ ଚର୍ଚ୍ଚାରେ ଡୁରିୟନ ଫଳ ।