ଦୁନିଆର ସବୁଠାରୁ ଛୋଟ ଗାଈ, ଓଜନ ମାତ୍ର ୪.୫ କେଜି । ସୋସିଆଲ ମିଡିଆରେ ହେଲା ଭାଇରାଲ

ଗାଈର ଓଜନ କମ୍ ହେଲେ ବି ସେ ସୁସ୍ଥ।

74

ଆମେରିକାର ମିସିସିପିରେ ବିଶ୍ୱର କ୍ଷୁଦ୍ରତମ ଗାଈ ଦେଖିବାକୁ ମିଳିଛି। ଏହି ଗାଈର ଓଜନ ପାଳିତ ବିରାଡିର ଓଜନଠାରୁ ବି କମ୍। ମିଳିଥିବା ସୂଚନା ଅନୁଯାୟୀ ଏହି ଗାଈର କଲେଜ୍ ଅଫ୍ ଭେଟରନାରିକୁ ଅଣାଯାଇଛି। ଗାଈର ମାଲିକ ଯେତେବେଳେ ଏତେ କମ୍ ଓଜନ ଦେଖିଲା,ସେତେବେଳେ ସେ ହତଚକିତ ହେଲା। ଏଣୁ ସେ ମେଡିକାଲ କଲେଜକୁ ଆଣିଲା ତା’ର ଚିକିତ୍ସା କରିବାକୁ।

କଲେଜରେ ଉକ୍ତ କ୍ଷୁଦ୍ରତମ ଗାଈର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଜଣାଗଲା ଯେ ଗାଈର ଓଜନ କମ୍ ହେଲେ ବି ସେ ସୁସ୍ଥ। ପ୍ରାଣୀ ବିଶେଷଜ୍ଞ ଡାକ୍ତର ଏହି ଗାଈକୁ ଦେଖି ମଧ୍ୟ ବିସ୍ମିତ ହୋଇଥିଲେ। ମେଡିକାଲ୍ ଟିମ୍ ଏହି ଗାଈର ଫଟୋକୁ ନିଜ ନଜର ଫେସବୁକରେ ସେୟାର୍ କରି ଲେଖିଛନ୍ତି ‘ଆମକୁ ଏମିତି ଗାଈ ମିଳିଛି, ଯାହାର ଓଜନ ସାଧାରଣ ବିରାଡିର ଓଜନ ଠାରୁ ବି କମ୍। ସାଧାରଣତଃ ଗାଈର ଓଜନ ବିଲେଇର ଓଜନଠାରୁ ପ୍ରାୟ ୧୦ ଗୁଣା ବଡ଼। କିଛି ଘଣ୍ଟାପରେ ଏହି ଗାଈର ଫଟୋ ସୋସିଆଲ ମିଡିଆରେ ଅଧିକ ଲୋକପ୍ରିୟ ହୋଇଗଲା। ମେଡିକାଲ ଟିମ୍ ମଝିରେ ମଝିରେ ଏହି ଗାଈ ସଂପର୍କରେ ଅଧିକ ସୂଚନା ମଧ୍ୟ ଦେବେ ବୋଲି ଜଣାଇଛନ୍ତି।