ବିଶ୍ୱର ସବୁଠାରୁ ଦାମୀ ମାଛ: ଦାମ୍ ଶୁଣିଲେ ଆପଣ ହୋଇଯିବେ ତାଜୁବ

288

କନକ ବ୍ୟୁରୋ: ଆପଣ ଦୁଇ ପ୍ରକାରର ମାଛ ନିଶ୍ଚେ ଦେଖିଥିବେ । ଗୋଟିଏ ପ୍ରକାର ଯାହାକୁ ଆମେ ଖାଉ, ଆଉ ଗୋଟିଏ ପ୍ରକାର ହେଉଛି ଯାହାକୁ ଆମେ ଘରର ସୌନ୍ଦର୍ଯ୍ୟ ପାଇଁ ଆକ୍ୱାରିୟମରେ ରଖୁ । ଏହି ସବୁ କାମ ପାଇଁ ଆପଣ ଅତିବେଶୀରେ ହଜାର କି ୨ ହଜାର ଟଙ୍କା ଖର୍ଚ୍ଚ କରନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏମିତି ଲୋକ ଅଛନ୍ତି ଯିଏକି ମାଛ ପାଇଁ କୋଟି କୋଟି ଟଙ୍କା ।

ତେବେ ଆସନ୍ତୁ ଜାଣିବା ସେମିତି ଏକ ଦାମୀ ମାଛ ବିଷୟରେ । ଏହି ମାଛର ନାଁ ହେଉଛି ଡ୍ରାଗନ ଫିସ, ଯାହାକୁ ଏସିଆନ ଏରୋବାନା ବୋଲି ମଧ୍ୟ କୁହାଯାଏ । ସିଏନବିସିର ରିପୋର୍ଟ ଅନୁସାରେ ମାଛର ଦାମ ୨ରୁ ୩କୋଟି ଟଙ୍କା ହୋଇଥାଏ । ଏହି ମାଛ କିଣିବା ସହ ଏହାର ସୁରକ୍ଷା ପାଇଁ ମଧ୍ୟ ଲୋକମାନେ ଅନେକ ଟଙ୍କା ଖର୍ଚ୍ଚ କରନ୍ତି ।

ଆପଣ ଭାବୁଥିବେ ଏତେ ଟଙ୍କାରେ ତ ବଡ ବଡ ଘର, ଜମି, ସୁନା ଗହଣା କିଣି ହେବ । ତେବେ କାହିଁକି ଆମେ ଗୋଟିଏ ମାଛ ପଛରେ ଏତେ ଟଙ୍କା ଖର୍ଚ୍ଚ କରିବା । ଚୀନ ଭଳି ଦେଶରେ ବିଶ୍ୱାସ ରହିଛି ଏହି ମାଛ ରଖିଲେ ଲୋକଙ୍କୁ ଭଲ ଭାଗ୍ୟ ମିଳିଥାଏ । ଆଉ ଏହାକୁ ଷ୍ଟାଟସ ସିମ୍ବଲ ବୋଲି ମନାଯାଏ ।

ସୂଚନା ଅନୁସାରେ ଚୀନର ଲୋକମାନେ ଏହି ମାଛକୁ ଅନେକ ଟଙ୍କା ଦେଇ କିଣିଥାନ୍ତି । ଏହି ମାଛ ଉପରେ ଏକ ପୁସ୍ତକ ମଧ୍ୟ ଲେଖାଯାଇଛି, ଯାହାର ନାଁ ‘ଦ ଡ୍ରାଗନ ବିହାଇଣ୍ଡ ଦ ଗ୍ଲାସ’ । ଏହି ବହିରେ ଡ୍ରାଗନ ଫିସ ବିଷୟରେ ଅନେକ ସୂଚନା ଦିଆଯାଇଛି ।

ଏହି ଡ୍ରାଗନ ଫିସ କୌଣସି ସାଧାରଣ ମାଛ ନୁହେଁ । ଏହା ଦକ୍ଷିଣ ପୂର୍ବ ଏସିଆର ସବୁଠାରୁ ଦାମୀ ମାଛ । ଏହାର ଲମ୍ବ ୩ ଫୁଟ ଯାଏଁ ହୋଇଥାଏ । ଏହାର ଦାମ ଅଧିକ ହୋଇଥିବାରୁ ଆଉ ଏହାର ଚାହିଦା ଥିବାରୁ ଏହି ଅଞ୍ଚଳରେ ମାଛକୁ ନେଇ ଅନେକ ଅପରାଧ ମଧ୍ୟ ହୋଇଥାଏ ।