ହ୍ୱିଲ ଚେୟାରରେ ଯାତ୍ରା କରି ବିଶ୍ୱ ରେକର୍ଡ କଲେ କମଳାକାନ୍ତ ନାୟକ ।

111

କନକ ବ୍ୟୁରୋ : ହ୍ୱିଲ ଚେୟାରରେ ଯାତ୍ରା କରି ବିଶ୍ୱ ରେକର୍ଡ କଲେ କମଳାକାନ୍ତ ନାୟକ । ବର୍ତମାନ ସୁଦ୍ଧା ସେ ୧୮୩.୫୪ କିଲୋମିଟର ଅତିକ୍ରମ କରି ଏହି କୀର୍ତିମାନ କରିଛନ୍ତି । ଗତକାଲି ଭୁବନେଶ୍ୱରର ରାଜମହଲରୁ କମଳାକାନ୍ତ ଏହି ଯାତ୍ରା ଆରମ୍ଭ କରିଥିଲେ । ବର୍ତମାନ ସେ ଏହି ଅଭିଯାନକୁ ଜାରି ରଖିଛନ୍ତି । ପୂର୍ବରୁ ପର୍ତୃଗାଲର ମାରିଓ ତ୍ରିନିଦାଦ ନାଁରେ ଏହି ରେକର୍ଡ ଥିଲା । ହ୍ୱିଲ ଚେୟାରରେ ସେ ୧୮୨.୪ କିଲୋମିଟର ଅତିକ୍ରମ କରିଥିଲେ । ରାଜମହଲରୁ ମାଷ୍ଟରକ୍ୟାଂଟିନର ଦୁରତ୍ୱ ୧୧୪୦ ମିଟର । ବର୍ତମାନ ସୁଦ୍ଧା ସେ ଏହି ଦୂରତ୍ୱକୁ ୧୬୧ ଥର ଅତିକ୍ରମ କରିସାରିଲେଣି ।