ୱାର୍ଲ୍ଡ ଓବେସିଟି ଫେଡେରେସନର ତଥ୍ୟ : ଦେଶରେ ମେଦବହୁଳତା କମାଇବା ପାଇଁ ବଢୁଛି ଖର୍ଚ୍ଚ

82

କନକ ବ୍ୟୁରୋ : ଖର୍ଚ୍ଚ ବଢାଉଛି ମୋଟାପଣ । ମୋଟାପଣ କମାଇବା ପାଇଁ ଦେଶରେ ବର୍ଷକୁ ଖର୍ଚ୍ଚ ହେଉଛି ୨ କୋଟି ୮୦ ଲକ୍ଷ ଟଙ୍କା । ଯାହାକି ଦେଶର ଜିଡିପିର ୧ ପ୍ରତିଶତରୁ ଅଧିକ । ଏକ ଅଧ୍ୟୟନରୁ ଏପ୍ରକାର ତଥ୍ୟ ସାମ୍ନାକୁ ଆସିଛି । ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଆଗକୁ ଏହି ଖର୍ଚ୍ଚ ଆହୁରି ବଢିପାରେ । ୨୦୬୦ ସୁଦ୍ଧା ବାର୍ଷିକ ଖର୍ଚ୍ଚ ୬୯ ଲକ୍ଷ କୋଟିକୁ ଟପିଯିବ ବୋଲି ଆଶଙ୍କା କରାଯାଉଛି । ଯାହାକି ଦେଶର ଜିଡିପିର ୨ ଦଶମିକ ୫ ପ୍ରତିଶତ ଅଧିକ ହେବ ବୋଲି ଆକଳନ କରାଯାଉଛି ।

ମୋଟାପଣ କମାଇବାକୁ ଖର୍ଚ୍ଚ
ଜିଡିପିରୁ ଅଧିକ

– ୱାର୍ଲ୍ଡ ଓବେସିଟି ଫେଡେରେସନର ତଥ୍ୟ, ଏହା ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଖର୍ଚ୍ଚକୁ ସୂଚାଏ
– ପ୍ରତ୍ୟେକ୍ଷ ଅର୍ଥ ସିଧାସଳଖ ମେଡିକାଲରେ ହେଉଥିବା ଖର୍ଚ୍ଚକୁ ବୁଝାଇଥାଏ
– ପରୋକ୍ଷ ଖର୍ଚ୍ଚ କହିଲେ ରୋଗୀଙ୍କୁ ନିଜ ଘରୁ ମେଡିକାଲକୁ ଆଣିବା ଖର୍ଚ୍ଚକୁ ବୁଝାଏ
– ୯୯ ଦଶମିକ ୮ ପ୍ରତିଶତ ମେଡିକାଲ ଖର୍ଚ୍ଚକୁ ପ୍ରତ୍ୟେକ୍ଷ ଖର୍ଚ୍ଚକୁ ଧରାଯାଏ
– ପରୋକ୍ଷ ଖର୍ଚ୍ଚ ପ୍ରତ୍ୟେକ୍ଷ ଖର୍ଚ୍ଚ ଅପେକ୍ଷା ଜିଡିପି ଉପରେ ଅଧିକ ପ୍ରଭାବ ପକାଏ
– ବିଶ୍ୱସ୍ତରରେ ମେଦବହୁଳତା ୧୬୧ ଦେଶର ଜିଡିପି ଉପରେ ପ୍ରଭାବ ପକାଉଛି
– ୧୬୧ ଦେଶରେ ଜିଡିପି ୨.୧୯ରୁ ୩.୩ ପ୍ରତିଶତ ହେବା ଆକଳନ

ପ୍ରତି ୧୦୦ରେ ୬୦ ଜଣ ମୋଟାପଣର ଶିକାର

– ୨୦୧୯ରେ ଜନସଂଖ୍ୟାର ୧୭.୪ ପ୍ରତିଶତ ମେଦ ବହୁଳତା ଦ୍ୱାରା ପ୍ରବାଭିତ ଥିଲେ
– ୨୦୬୦ ସୁଦ୍ଧା ଏହା ୬୪. ୫ ପ୍ରତିଶତକୁ ବୃଦ୍ଧି ପାଇବା ଆକଳନ
– ୨୦୧୯ରେ ପୁରୁଷଙ୍କ ମେଦ ବହୁଳତା ୨୦.୪ ପ୍ରତିଶତ ଥିଲା
– ୨୦୬୦ ସୁଦ୍ଧା ପୁରୁଷଙ୍କ ମେଦ ବହୁଳତା ୬୦.୫ ପ୍ରତିଶତକୁ ବୃଦ୍ଧି ପାଇବା ଆଶଙ୍କା
– ୨୦୧୯ରେ ମହିଳାଙ୍କ ମେଦ ବହୁଳତା୨୪. ୭ ପ୍ରତିଶତ ଥିଲା
– ୨୦୬୦ ସୁଦ୍ଧା ଏହା ୬୪. ୬ ପ୍ରତିଶତକୁ ବୃଦ୍ଧି ପାଇବା ଆକଳନ
– ୨୦୧୯ରେ କିଶୋର ମେଦ ବହୁଳତା ୯.୩ ପ୍ରତିଶତ ରହିଥିଲା
– ୨୦୬୦ ସୁଦ୍ଧା କିଶୋର ମେଦ ବହୁଳତା ୭୮.୯ ପ୍ରତିଶତ ଆଶଙ୍କା
– ୨୦୧୯ ସୁଦ୍ଧା କିଶୋରୀଙ୍କ ମେଦ ବହୁଳତା ୭.୩ ପ୍ରତିଶତ ଥିଲା
– ୨୦୬୦ ସୁଦ୍ଧା କିଶୋରୀଙ୍କ ମେଦ ବହୁଳତା୬୨. ୩ ପ୍ରତିଶତକୁ ବୃଦ୍ଧି ଆକଳନ

ଖର୍ଚ୍ଚ ବଢାଉଛି ମୋଟାପଣ

– ୨୦୧୯ରେ ମେଦ ବହୁଳତା ପାଇଁ ପ୍ରତ୍ୟକ୍ଷ ଖର୍ଚ୍ଚ ଥିଲା ୨୩୩୪.୯
– ୨୦୬୦ ବେଳକୁ ୪୩, ୦୩୨.୪୦ ପଇସା ହୋଇଥିବା ଆକଳନ
– ୨୦୧୯ରେ ମେଦ ବହୁଳତା ପାଇଁ ପରୋକ୍ଷ ଖର୍ଚ୍ଚ ଥିଲା୨୬, ୬୧୩.୬
– ୨୦୬୦ ବେଳକୁ ୭୯୫, ୫୬୮.୨୦କୁ ବୃଦ୍ଧି ପାଇପାରେ
– ୨୦୧୯ରେ ମୁଣ୍ଡପିଛା ଖର୍ଚ୍ଚ ୨୧.୨ ରହିଥିଲା
– ୨୦୬୦ ବେଳକୁ ଏହା ୫୦୭.୯୦କୁ ବୃଦ୍ଧି ପାଇବା ଆଶଙ୍କା