କାହିଁକି ୬୭ ବର୍ଷ ଧରି ଗାଧୋଇ ନାହାଁନ୍ତି ଏହି ବୃଦ୍ଧ, ପିଉଛନ୍ତି ନାଳ ପାଣି ଓ ଖାଉଛନ୍ତି ………

211

କନକ ବ୍ୟୁରୋ : ଆମେମାନେ ଗୋଟିଏ ଦିନ ଅଗାଧୁଆ ରହିଲେ ତାହା ଆମକୁ ଦିନଟି ଭଲ ଲାଗି ନଥାଏ । ଏନେଇ ଡାକ୍ତରମାନେ କହିଥାନ୍ତି କି ଦୈନିକ ଗାଧୋଇବା ସ୍ୱାସ୍ଥ୍ୟପ୍ରତି ହିତକର । ହେଲେ ଆମେ ଏମିତି ଜଣେ ବୃଦ୍ଧଙ୍କ କଥା କହିବାକୁ ଯାଉଛୁ, ଯେ କି ଦୀର୍ଘ ୬୭ ବର୍ଷ ଧରି ଗାଧୋଇ ନାହାଁନ୍ତି । କେବଳ ସେତିକି ନୁହେଁ ନା ତାଙ୍କ ପାଖରେ ରହିବାକୁ ଅଛି ଘର ନା କେବେ ସେ ନଳକୂପ କିମ୍ବା ଶୁଦ୍ଧ ପାଣି ପଇଥାନ୍ତି । ସର୍ବଦା ନାଳ ନର୍ଦ୍ଦମାରୁ ପାଣି ପିଇବା, ରାସ୍ତା କଡରେ ପଡିଥିବା ମଲା ପଶୁ ପକ୍ଷୀଙ୍କ ମାଂସ ଖାଇବା ଭଳି ଅଜବ ରୂଚି ରଖିଛନ୍ତି ଏହି ବୃଦ୍ଧ ଜଣଙ୍କ । ଏତେସବୁ ପରେ ବି ସେ ସୁସ୍ଥ ରହିଛନ୍ତି । କିଛି ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଚକିତ ହୋଇପଡିଛନ୍ତି ।

‘ଡେଲି ଷ୍ଟାର’ ର ରିପୋର୍ଟ ମୁତାବକ ଏହି ବୃଦ୍ଧ ବ୍ୟକ୍ତି ଜଣଙ୍କ ଇରାନରେ ରହୁଥିବା ଆମୁ ଜାଜି । ତାଙ୍କର ବୟସ ଏବେ ୮୭ ବର୍ଷ, ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । କିଛି ବିଶେଷଜ୍ଞ ତାଙ୍କ ସ୍ୱସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ଶରୀରରେ କୌଣସି ରୋଗ ନଥିବା କଥା ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ବୃଦ୍ଧ ଜଣଙ୍କ କହିଛନ୍ତି କି ଯଦି ସେ ଗାଧୋଇବେ ତେବେ ତାଙ୍କ ଜୀବନ ପାଇଁ ଅଶୁଭ ସମୟ ଆସିଯିବ ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ବୃଦ୍ଧ ଜଣଙ୍କ ନାଳ ନର୍ଦ୍ଦମାରୁ ପାଣି ପିଇବା ସହ ରାସ୍ତା କଡରୁ ମୃତ ପଶୁପକ୍ଷୀଙ୍କର ମାଂସକୁ ଭୋଜନ କରିଥାନ୍ତି । ତାଙ୍କର ଏଭଳି ଜୀବନଶୈଳୀ କାରଣରୁ ତାଙ୍କର କେହି ବନ୍ଧୁ ନାହାଁନ୍ତି । ଅନ୍ୟପଟେ ସେ ରହୁଥିବା ଅଞ୍ଚଳର ଲୋକମାନେ ତାଙ୍କ ଜୀବନଶୈଳୀକୁ ନେଇ ବେସ୍ ପ୍ରଭାବିତ ଥିବା କଥା କହିଛନ୍ତି ।

ପ୍ରଫେସର ଡାକ୍ତର ଘୋଲାମ୍ରେଜା ମୋଲବୀ କହିଛନ୍ତି “ବୃଦ୍ଧଙ୍କର କିଛି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲି, ହେଲେ ତାଙ୍କ ଶରୀରରେ ପ୍ରଖର ରୋଗ ପ୍ରତିରୋଧକ ଶକ୍ତି ଥିବାରୁ ସେ ସୁସ୍ଥ ରହିଛନ୍ତି ” । ଅନ୍ୟପଟେ ବୃଦ୍ଧ ଜଣଙ୍କ ସର୍ବଦା ଋଷର କ୍ରାନ୍ତି ଓ ଫ୍ରାନ୍ସର କ୍ରାନ୍ତି ଉପରେ ଲୋକଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।