ଆଜି ବିଶ୍ୱ ମଦୁମେହ ଦିବସ । ଡାକ୍ତର ମହେଶ ରଥଙ୍କଠୁ ଜାଣନ୍ତୁ, କୋଭିଡ୍ ସମୟରେ କିଭଳି ରହିବେ ସୁରକ୍ଷିତ… 

ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଉଛି

739
କନକ ବ୍ୟୁରୋ : ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ବିଶ୍ୱ ମଧୁମେହ ଦିବସ ଭାବେ ପାଳନ କରାଯାଉଛି । ଆନ୍ତର୍ଜାତୀୟ ଡାଇବେଟିସ୍ ଫେଡରେସନ୍ ଏବଂ ବିଶ୍ୱ ସ୍ୱସ୍ଥ୍ୟ ସଙ୍ଗଠନର ମିଳିତାନୁକୂଲ୍ୟରେ ୧୯୯୧ ମସିହା ଠାରୁ ଏହା ପାଳିତ ହୋଇଆସୁଛି । ଏହି ଦିବସର ମୂଖ୍ୟ ଲକ୍ଷ୍ୟ ହେଉଛି ଶିବିର, ସ୍ୱାସ୍ଥ୍ୟ ସମ୍ବନ୍ଧିତ ବାର୍ତ୍ତା, ସାଭା ସମେତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ।
ତେବେ କୋଭିଡ୍ ସମୟରେ ମଧୁମେହ ରୋଗୀ କିଭଳି ସତର୍କ ଓ ସୁରକ୍ଷିତ ରହିବେ ? ଜାଣନ୍ତୁ…
କୋଭିଡ୍-୧୯ ଓ ମଧୁମେହ 
ମଧୁମେହ ରୋଗୀମାନଙ୍କ ଠାରେ କୌଣସି ଭୂତାଣୁ ସଂକ୍ରମଣ ହେଲେ ତାହା ଅତିଶୀଘ୍ର ମାଡିଯାଇ ରକ୍ତ ଶର୍କରା ମାତ୍ରାରେ ଅନେକ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ, ଯାହାଦ୍ୱାରା ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଜଟିଳ ହୋଇଯାଇଥାଏ । ସାଧାରଣ ଲୋକମାନଙ୍କ ଅପେକ୍ଷା ମଧୁମେୟ ରୋଗୀମାନଙ୍କୁ କରୋନା ସଂକ୍ରମଣ ଅତି ସାଂଘାତିକ ହେବାର ସମ୍ଭାବନା ୫୦ ପ୍ରତିଶତ ଅଧିକ ଥାଏ । ସେଥିପାଇଁ ଶର୍କରାକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ । ଏହାସହିତ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ଆବଶ୍ୟକ ମଧ୍ୟ ହୋଇଥାଏ । କୋଭିଡ୍ ସଂକ୍ରମିତ ହେଲେ ନିଜର ମଧୁମେହକୁ ନିୟମିତ ଭାବରେ ମାପି ନିୟନ୍ତ୍ରଣରେ ରଖିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍  । ସବୁଠାରୁ ସହଜ, ସରଳ ଓ ସୁରକ୍ଷିତ ଉପାୟ ହେଉଛି ଇନସୁଲିନ୍ ଇଞ୍ଜେକସନ୍ ବ୍ୟବହାର କରିବା । ପରେ କୋଭିଡରୁ ଆରୋଗ୍ୟ ଲାଭ କଲା ପରେ ପୁଣିଥରେ ବଟିକାକୁ ଫେରି ଆସିହେବ । ଯଦି ଆପଣଙ୍କ ରକ୍ତଶର୍କରା ନିୟନ୍ତ୍ରଣରେ ରହୁଛି ତେବେ କୋଭିଡ୍ ଆକ୍ରାନ୍ତ ମଧୁମେହ ରୋଗୀମାନେ ଇନସୁଲିନକୁ ଭୟ ନକରି ଶୀଘ୍ର ଆରୋଗ୍ୟଲାଭ କରିବା ଲକ୍ଷ୍ୟରେ ଆପଣେଇ ନେବା ଉଚିତ୍ ।
ଡାକ୍ତର ମହେଶ ରଥ ହାଇଟେକ୍ ମେଡିକାଲ କଲେଜରେ କାର୍ଯ୍ୟରତ ଅଛନ୍ତି । କୋଭିଡ୍ ସମୟରେ କିଭଳି ସତର୍କ ଓ ସୁରକ୍ଷିତ ରହିବେ ଏନେଇ ସେ ପରାମର୍ଶ ଦେଇଛନ୍ତି ।

Comments are closed.