ଅଲଗା ହେବେ ଚର୍ଚ୍ଚିତ ଦମ୍ପତି
ଅଲଗା ହେବେ ଚହଲ ଓ ଧନଶ୍ରୀ ! ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଦୁହେଁ ଦୁହିଁଙ୍କୁ କଲେ ଅନଫଲୋ
ଅଲଗା ହେବେ ଚହଲ ଓ ଧନଶ୍ରୀ ! ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଦୁହେଁ ଦୁହିଁଙ୍କୁ କଲେ ଅନଫଲୋ
ଟିମ ଇଣ୍ତିଆର ଷ୍ଟାର ସ୍ପିନର ଦୀର୍ଘଦିନ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ବାଦ ପଡ଼ିଛନ୍ତି । ସେ ଶେଷଥର ପାଇଁ ୨୦୨୩ ରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।
ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଚହଲ । କୁହାଯାଉଛି କି ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ମତାନ୍ତର ଚାଲିଛି
ଚର୍ଚ୍ଚା ହେଉଛି କି ଚହଲ ଓ ଧନଶ୍ରୀ ପରସ୍ପରଙ୍କୁ ଛାଡ଼ପତ୍ର ଦେଉଛନ୍ତି । ଦୁହେଁ ପରସ୍ପରକୁ ଇନଷ୍ଟାଗ୍ରାମରେ ଅନଫଲୋ ମଧ୍ୟ କରିଛନ୍ତି ।
ରିପୋର୍ଟ ମୁତାବକ ଚହଲ ଧନଶ୍ରୀଙ୍କ ସହ ଥିବା ସମସ୍ତ ଫଟୋ ଇନଷ୍ଟାଗ୍ରାମରୁ ଡିଲିଟ କରିଦେଇଛନ୍ତି । କିନ୍ତୁ ଧନଶ୍ରୀ ଚହଲଙ୍କ ଫଟୋ ଡିଲିଟ କରିନାହାନ୍ତି । କେବଳ ଚହଲଙ୍କୁ ଅନଫଲୋ କରିଛନ୍ତି ।
ଜାତୀୟ ଗଣମାଧ୍ୟମରେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ହେଉଥିବା ବେଳେ ଦୁହିଁଙ୍କ ତରଫରୁ ଏନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ ।
୨୦୨୨ରୁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ସୂଚନା ମିଳିଥିଲା । ଏମିତିକି ଧନଶ୍ରୀ ତାଙ୍କ ନାଁରୁ ଚହଲଙ୍କ ନାଁ ହଟେଇ ଦେଇଥିଲେ । ପରେ କିନ୍ତୁ ଉଭୟ ଫଟୋ ସେୟାର କରି ସେମିତି କିଛି ନାହିଁ ବୋଲି ସ୍ପଷ୍ଟ କରିଥିଲେ ।
{{ primary_category.name }}