କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ବିଜେପି ପ୍ରାର୍ଥୀ ଭାବେ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯବଂଶୀଙ୍କୁ ଟିକେଟ ଦେଇଛି । ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖି ସୂର୍ଯ୍ୟବଂଶୀ କହିଛନ୍ତି ଯେ, ଧାମନଗରବାସୀଙ୍କ ସ୍ୱପ୍ନ ପୂରା କରିବା ପାଇଁ ସେ ଦାୟିତ୍ୱ ନିର୍ବାହ କରିବେ । ତାଙ୍କ ଉପରେ ବିଶ୍ୱାସ ଆଉ ଭରସା ରଖିବାକୁ ଧାମନଗରବାସୀଙ୍କୁ ସେ ଅନୁରୋଧ କରିଛନ୍ତି ।
ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ସୁରଜଙ୍କ ନାଁରେ ମୋହର ମାରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନୀ କମିଟି । ସେପଟେ ବିଜେଡି ଆଉ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/28-5.jpg)