‘ପରିଶ୍ରମ କର, ଭରଣପୋଷଣ ଦିଅ’, ସକ୍ଷମ ସ୍ୱାମୀଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ। 

94

କନକ ବ୍ୟୁରୋ: ବିବାହ ବିଚ୍ଛେଦ ପରେ କେବଳ ଶିଶୁଙ୍କୁ ନୁହେଁ ସ୍ତ୍ରୀଙ୍କୁ ମଧ୍ୟ ଭରଣପୋଷଣ ଦେବେ ସ୍ୱାମୀ । ହରିୟାଣାର ଜଣେ ମହିଳା, ସ୍ୱାମୀଙ୍କ ଠାରୁ ନିଜ ଭରଣପୋଷଣ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ବେଲା ଏମ୍. ତ୍ରିବେଦୀଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ଏହି ମାମଲା ଉପରେ ବିଚାର କରି ସୁପ୍ରିମକୋର୍ଟ ସ୍ୱାମୀଙ୍କ କର୍ତ୍ତବ୍ୟକୁ ମନେ ପକାଇଦେଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି

– ଭରଣପୋଷଣ ପାଇଁ ସ୍ୱାମୀଙ୍କୁ ଶାରୀରିକ ପରିଶ୍ରମ କରିବାକୁ ପଡିଲେ ମଧ୍ୟ ସେ ଏହା କରିବାକୁ ବାଧ୍ୟ

– ସିଆରପିସି ଧାରା ୧୨୫ ଅନୁସାରେ ନ୍ୟସ୍ତ ସ୍ତ୍ରୀ ଓ ପିଲାଙ୍କ ଦାୟିତ୍ୱ

– ଏହି ଦାୟିତ୍ୱକୁ ମନା କରିପାରିବେନି ସକ୍ଷମ ସ୍ୱାମୀ 

– ସକ୍ଷମ ବ୍ୟକ୍ତି ପରିଶ୍ରମ କରି ପରିବାର ଚଳାନ୍ତୁ

– ସ୍ୱାମୀଙ୍କ ଘର ଛାଡ଼ି ଥିବାରୁ ସ୍ତ୍ରୀ ଓ ପିଲାଙ୍କୁ ଭରଣପୋଷଣ ଦିଆଯିବ

– କେବଳ ଶିଶୁ ନୁହେଁ ବିଚ୍ଛେଦ ପରେ ସ୍ତ୍ରୀଙ୍କ ଦାୟିତ୍ୱ ବି ସ୍ୱାମୀଙ୍କର

୨୦୧୦ ମସିହାରେ ହରିୟାଣାର ଜଣେ ମହିଳାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଫ୍ୟାମିଲି କୋର୍ଟଙ୍କ ରାୟ ପରେ ସ୍ୱାମୀ କେବଳ ଶିଶୁଙ୍କୁ ଭରଣ ପୋଷଣପାଇଁ ଟଙ୍କା ଦେଉଥିଲେ । ଦୀର୍ଘ ୧୨ ବର୍ଷର ଲଢେଇପରେ ସୁପ୍ରିମକୋର୍ଟ ତାଙ୍କୁ ନ୍ୟାୟ ଦେଇଛନ୍ତି ବୋଲି ସେ କହିଛନ୍ତି । ଘଟଣାକ୍ରମ ଥିଲା କିଛି ଏମିତି ।

– ବିବାହ ବିଚ୍ଛେଦ ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ତ୍ରୀ

– ହରିୟାଣା ଫ୍ୟାମିଲି କୋର୍ଟ ଓ ପଞ୍ଜାବକୋର୍ଟ କେବଳ ଶିଶୁଙ୍କ ସପକ୍ଷରେ କହିଥିଲେ

– ସ୍ୱାମୀଙ୍କ ବ୍ୟବସାୟରେ କ୍ଷତି ହୋଇଥିବାରୁ ଅର୍ଥ ନଥିବା ଦର୍ଶାଇଥିଲେ ସ୍ୱାମୀ

– ଅର୍ଥ ଅଭାବରୁ ଭରଣପୋଷଣ କରିପାରିବେ ନାହିଁ ବୋଲି କହିଥିଲେ ସମ୍ପୃକ୍ତ ସ୍ୱାମୀ

– ସୁପ୍ରିମକୋର୍ଟରେ ଗତ ବର୍ଷ ଏହି ମାମଲା ପହଞ୍ଚିିଥିଲା

– ସ୍ତ୍ରୀଙ୍କୁ ୧୦ ହଜାର ଓ ଶିଶୁଙ୍କୁ ୬ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ