ଗଜପତି ଜିଲ୍ଲା ରାଇପଙ୍କାରେ ଅଭାବନୀୟ ଘଟଣା ! ରାଜନୈ÷ତିକ ଶତୃତାକୁ କେନ୍ଦ୍ରକରି ୱାର୍ଡସଭ୍ୟାଙ୍କ ସ୍ୱାମୀକୁ ହତ୍ୟା

45

କନକ ବ୍ୟୁରୋ: ରାଜନୈ÷ତିକ ଶତୃତାରୁ ଗ୍ରାମ ପଂଚାୟତର ୱାର୍ଡସଭ୍ୟାଙ୍କ ସ୍ୱାମୀକୁ ହାଣି ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ରାଇପଙ୍କା ପଂଚାୟତରେ । ଆଉ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କର ବାତାବରଣ ଖେଳିଯାଇଛି ।

ରାଇପଙ୍କା ପଂଚାୟତର ୱାର୍ଡସଭ୍ୟା ଲଳିତା ମାଝୀଙ୍କ ସ୍ୱାମୀଙ୍କୁ କିଛି ବ୍ୟକ୍ତି ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ଘଟଣାର ଛାନଭିନ ଚଳାଇଛି । ହତ୍ୟାକାରୀଙ୍କୁ ଗିରଫ ଦାବିରେ ଅଂଚଳବାସୀ ବ୍ରହ୍ମପୁର ରାୟଗଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।