ଆଜିଠୁ ସାରଜାରେ ମହିଳା ଟି-୨୦ ଚ୍ୟାଲେଞ୍ଜ : ସ୍ଥାନ ପାଇଛନ୍ତି ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ

459

କନକ ବ୍ୟୁରୋ : ମହିଳା ଟି-୨୦ ଚ୍ୟାେଲେଞ୍ଜରେ କ୍ରିକେଟ ପ୍ରତିଯୋଗିତାରେ ଓଡିଆ ଝିଅ । ଆଜିଠାରୁ ୟୁଏଇର ସାରଜାରେ ଆରମ୍ଭ ହେଉଛି ମହିଳା ଟି-୨୦ ଚ୍ୟାଲେଞ୍ଜ । ଆଉ ଏଥିରେ ସାମିଲ ହୋଇଛନ୍ତି ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶନୀ । ୩ ଦଳୀୟ ଏହି ପ୍ରତିଯୋଗିତାରେ ଭାରତ ସହ ଇଂଲଣ୍ଡ ସହ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ ନ୍ୟୁଜିଲାଣ୍ଡ ଓ ଥାଇଲାଣ୍ଡର ତାରକା ଖେଳାଳି ଅଂଶଗ୍ରହଣ କରୁଛନ୍ତି । ୩ ଦଳର ମୋଟ ୪୫ ଖେଳାଳିଙ୍କ ମଧ୍ୟରେ ୧୨ ବିଦେଶୀ ଅଛନ୍ତି । ଚାରି ମ୍ୟାଚ ବିଶିଷ୍ଟ ଏହି ପ୍ରତିଯୋଗିତାର ଫାଇନାଲ ୯ ତାରିଖରେ ଖେଳାଯିବ ।

ଏହା ପୂର୍ବରୁ ବିଜେତା ସୁପରନୋଭାସ, ଭେଲୋସିଟି ଓ ଟ୍ରେଲବ୍ଲେଜର୍ସ ନିଜ ମଧ୍ୟରେ ଗୋଟିଏ ଲେଖାଁଏ ମ୍ୟାଚ ଖେଳିବେ । ପଂଏଟ ଟେବୁଲରେ ଶ୍ରେଷ୍ଠ ଦୁଇଦଳ ଟ୍ରଫି ଲଢେଇରେ ଅବତୀର୍ଣ୍ଣ ହେବେ । ଗତଥର ଭଳି ଚଳିତଥର ମଧ୍ୟ ସୁପରନୋଭାସ ଟ୍ରଫି ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଆଜି ଏହି ଦଳ ଉଦଘାଟନୀ ମ୍ୟାଚରେ ମିତାଲି ରାଜଙ୍କ ନେତୃତ୍ୱାଧୀନ ଭୋଲେସିଟିକୁ ଭେଟିବ । ସାରଜା କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଏହି ପ୍ରତିଯୋଗିତାରେ ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶନୀ ଖେଳିବା ସମ୍ଭାବନା ରହିଛି ।