ଅପରାହ୍ନ ସାଢେ ୫ଟା ସୁଦ୍ଧା ଅଫିସ ଛାଡ଼ିବେ ମହିଳା କର୍ମଚାରୀ । ପୂର୍ତ୍ତ ବିଭାଗର ମୁଖ୍ୟ କହିଲେ ସରକାରଙ୍କ ନିର୍ଦ୍ଦେଶରେ ନିଆଯାଇଛି ନିଷ୍ପତ୍ତି । 

191

କନକ ବ୍ୟୁରୋ : ମହିଳା କର୍ମଚାରୀଙ୍କୁ ସଂଧ୍ୟା ୫ଟା ୩୦ରେ ଅଫିସ ଛାଡିବାକୁ ନିର୍ଦ୍ଦେଶ । ଏପରି ନିର୍ଦ୍ଦେଶ ଦେଇଛି, ସିଭିଲ୍ ବିଭାଗର ଇଂଜିନିୟରିଂ ଇନ୍ ଚିଫ୍, ଅଫିସ  ।  ସମସ୍ତ କାର୍ଯ୍ୟ ଦିବସରେ ସଂଧ୍ୟା ୫ଟା ୩୦ ସୁଦ୍ଧା ନିଶ୍ଚିତ ଭାବେ ଅଫିସ ଛାଡିବାକୁ କୁହାଯାଇଛି । ଯଦି ଅତି ଆବଶ୍ୟକ ଥିବ ତାହେଲେ ବିଭାଗର ମୁଖ୍ୟଙ୍କ ଅନୁମତି କ୍ରମେ ରହିପାରିବେ ।

ସମୟକୁ ବହୁ ପ୍ରାଧାନ୍ୟ ଦିଆଯାଉଛି । ସମୟାନୁବର୍ତିତା, ସମୟ ଭିତରେ କାମ ସାରିବା ମୂଳ ଳକ୍ଷ୍ୟ ରହିଛି । ଫାଇଭ ଟିର ଯେଉଁ ଇନିସିଏଟର ଅଛି ସେଥିରେ ଥିବା ଟାଇମ୍ ଫ୍ୟାକ୍ଟରକୁ ଆମେ ବେଶି ଗୁରୁତ୍ୱ ଦେଉଛୁ ବୋଲି ସେ କହିଛନ୍ତି । ସମୟରେ ଆସିବା, ସମୟରେ କାମ କରିବା ଏବଂ ସମୟରେ ଯିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ରହିଛି । ୧୦ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ଅଫିସ ସମୟ ।