କନକ ବ୍ୟୁରୋ: ମଣିପୁରରେ ସ୍ଥିତି ପୁଣିଥରେ ଅନିୟନ୍ତ୍ରିତ ହୋଇଛି । ଏଠାରେ ଗୋଟିଏ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ବିବସ୍ତ୍ର କରି ବିଚି ରାସ୍ତାରେ ଚଲାଇବାର ଭିଡିଓ ଭାଇରାଲ ହୋଇଛି । କୁହାଯାଉଛି ଏହା ମେ ୪ ତାରିଖର ଭିଡିଓ । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଅଧିକାରୀଙ୍କ କହିବା ମୁତାବକ, ଏହି ଭିଡିଓ ଇଣ୍ଡିଜିନସ୍ ଲିଡର୍ସ ଫୋରମ୍ (ଆଇଟିଏଲଏଫ୍) ର ଗୁରୁବାର ହେବାକୁ ଥିବା ପ୍ରଦର୍ଶନର ଠିକ୍ ଦିନକୁ ପୂର୍ବରୁ ଭାଇରାଲ ହୋଇଛି । କିଛି ଉଦ୍ଦେଶ୍ୟ ନେଇ ଭିଡିଓ ଭାଇରାଲ କରାଯାଇଛି । ଫଳରେ ପୁରା ସମ୍ପ୍ରଦାୟର ଦୁର୍ଦ୍ଦଶା ସାମ୍ନାକୁ ଅସିବ ।

Advertisment

ଅନ୍ୟପଟେ ଭିଡିଓରେ ଦେଖାଯାଉଥିବା ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମାମଲା ରହିଛି । ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ।